କୋଲକାତା: କୋଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଆଜି ଏକ ଅଘଟଣ ଘଟିଛି । ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ ସିଆଇଏସଏଫ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ଯବାନ ହଠାତ ଗୁଳି ଚଳାଇବାରୁ ଅନ୍ୟ ଜଣେ ଯବାନ ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି । ତେବେ ଗୁଳି କରିଥିବା ଓ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯବାନ ଓଡ଼ିଶାର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଶନିବାର ସଂଧ୍ୟା ୬ଟା ୪୫ ମିନିଟ ସମୟରେ କେନ୍ଦ୍ରୀୟ କୋଲକାତାର କାଇଡ୍ ଷ୍ଟ୍ରିଟରେ ଅବସ୍ଥିତ ଇଣ୍ଡିଆନ ମ୍ୟୁଜିୟମରେ ମୁତୟନ ଥିବା ହେଡ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ନିଜର କେତେକ ସାଥୀ ସିଆଇଏସଏଫ କର୍ମୀଙ୍କ ଉପରକୁ ହଠାତ ଗୁଳି ଚଳାଇଥିଲା । ଏହାଫଳରେ ଜଣେ ସବ-ଇନ୍ସପେକ୍ଟର ରଣଜିତ ଷଡ଼ଙ୍ଗୀ ଓ ଜଣେ ହେଡ-କନଷ୍ଟେବଲ ସବୀର ଘୋଷଙ୍କ ଶରୀରରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଷଡ଼ଙ୍ଗୀ ମୃତ୍ୟୁବରଣ କରିଥିଲେ । ମୃତ ସବ୍-ଇନ୍ସପେକ୍ଟର ରଣଜିତ ଷଡ଼ଙ୍ଗୀଙ୍କ ଘର ଓଡ଼ିଶାର ବୋଲି ଜଣାଯାଇଛି। ଅନ୍ୟପଟରେ ଗୁଳିମାଡ଼ର ଶିକାର ହୋଇଥିବା ଶ୍ରୀ ଘୋଷଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ଅଭିଯୁକ୍ତ ଯବାନ ୨୫-୩୦ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଉଛି । ଖବର ପାଇଁ କୋଲକାତା ପୁଲିସର କମାଣ୍ଡ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅକ୍ଷୟକୁ କାବୁ କରିଥିଲା ।
ଅଭିଯୁକ୍ତ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି । ତାଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ପାଇଁ ସେ ଛୁଟି ଆବେଦନ କରିଥିଲେ ବି ତାହା ମିଳିନଥିଲା । ଏହା ଫଳରେ ସେ କିଛି ଦିନ ହେବ ମାନସିକ ଚାପରେ ଥିଲେ । ଏହି କାରଣରୁ ସେ ଗୁଳି ଚଳାଇଥିବା କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-06-at-9.27.14-PM.jpeg)