ମୁଁ ଚଣ୍ଡିଗଡ଼ରେ ଅଛି, ମହାରାଷ୍ଟ୍ରରେ ମୋ ଜୀବନ ପ୍ରତି ବିପଦ ଅଛି : ପରମବୀର ସିଂ

ନୁଆଦିଲ୍ଲୀ :  ନିଖୋଜ ଥିବା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ପତ୍ତା ମିଳିଛି । ସେ ଚଣ୍ଡିଗଡ଼ରେ ଥିବା ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି ।

ଇଣ୍ଡିଆ ଟୁଡେକୁ ସେ କହିଛନ୍ତି ଯେ ସେ ଦେଶଛାଡ଼ି ଯାଇନାହାନ୍ତି । ଚଣ୍ଡିଗଡ଼ରେ ହିଁ ଅଛନ୍ତି । କିନ୍ତୁ ମହାରାଷ୍ଟ୍ରରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି । ତେବେ ସେ ଖୁବଶୀଘ୍ର ମୁମ୍ବାଇ ଯାଇ ତଦନ୍ତରେ ସହଯୋଗ କରିବେ ।

ମୁମ୍ବାଇ ଓ ଥାନେରେ ପରମବୀରଙ୍କ ବିରୋଧରେ ୫ଟି ମାମଲା ରୁଜ୍ଜୁ ହୋଇଛି । ଏସବୁ ମାମଲା ମଧ୍ୟରେ ରହିଛି ଧମକାଇ ଅର୍ଥ ଆଦାୟ । ଗତ ସୋମବାର ଦିନ ସୁପ୍ରିମକୋର୍ଟ ତାଙ୍କୁ ଗିରଫଦାରିରୁ ସୁରକ୍ଷା ଦେଇଥିଲେ । ଏହା ସହିତ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାର୍ଚ୍ଚ ମାସରେ ପରମବୀରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ମୁକେଶ ଅମ୍ବାନିଙ୍କ ଘର ଆଗରେ ବିସ୍ଫୋରକ ରଖିବା ମାମଲାରେ ପୁଲିସ ଅଫିସର ସଚିନ ଓ୍ବାଡେଙ୍କ ଗିରଫଦାରି ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିଲା । ଏହା ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହା ପରଠାରୁ ସେ ଆତ୍ମଗୋପନ କରିଛନ୍ତି ।

ସମ୍ବନ୍ଧିତ ଖବର