ଦୂତାବାସରେ ସନ୍ଦେହଜନକ ପାର୍ସଲ୍‌

ମେଲବୋର୍ଣ୍ଣ : ମେଲବୋର୍ଣ୍ଣରେ ଭାରତୀୟ ଦୂତାବାସ ସମେତ ପ୍ରାୟ ୧୦ଟି ଅନ୍ତର୍ଜାତୀୟ ଦୂତାବାସରେ ସନ୍ଦେହଜନକ ପାର୍ସଲ୍‌ ଆଜି ଆତଙ୍କ ଖେଳାଇ ଦେଇଛି। ଏନେଇ ଅଷ୍ଟ୍ରେଲିଆର ପୁଲିସ ଏବଂ ଗୁଇନ୍ଦା ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍‌ ଆରମ୍ଭ କରିଦେଇଛନ୍ତି। ଦୂତାବାସଗୁଡ଼ିକରେ ପହଞ୍ଚିଥିବା ସନ୍ଦେହଜନକ ପାର୍ସଲ୍‌ ଗୁଡ଼ିକର ଯାଞ୍ଚ କରାଯାଉଛି ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ସମେତ ବ୍ରି‌ଟେନ୍‌, କୋରିଆ, ଜର୍ମାନ୍‌, ଇଟାଲି, ସ୍ବିଜରଲାଣ୍ଡ୍‌, ଗ୍ରିକ୍‌, ଇଣ୍ଡୋନେସିଆ ଦୂତାବାସ‌‌ରେ ଏହି ସନ୍ଦେହଜନକ ପାର୍ସଲ୍‌ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର