କାନପୁର: ଶୁକ୍ରବାର କାନପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଚାଓମିନ୍ ଖୁଆଉଥିବା ବେଳେ ତାଙ୍କ ବାପାମାଆଙ୍କ ନଜରରେ ପଡ଼ିଥିଲେ।
ଶୁକ୍ରବାର କାନପୁରର ୨୧ ବର୍ଷୀୟ ଯୁବକ ଏବଂ ତାଙ୍କ ୧୯ ବର୍ଷୀୟ ପ୍ରେମିକାଙ୍କ ସହ ସମୟ ବିତାଉଥିବା ବେଳେ ତାଙ୍କ ବାପାମାଆ ଶିବକରଣ ଏବଂ ସୁଶୀଳା ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।
ଯୁବକ ରୋହିତଙ୍କ ପିତାମାତା ପୁଅକୁ ଜଣେ ଯୁବତୀ ସହ ଦେଖି ରାଗି ଯାଇଥିଲେ ଓ ସର୍ବସାଧାରଣରେ ପୁଅକୁ ଅସମ୍ମାନିତ କରିବାକୁ ପଛାଇ ନଥିଲେ। ଏପରିକି ରୋହିତଙ୍କ ପିତାମାତା ତାଙ୍କୁ ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ।
ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଗୁଜୈନୀ ପୁଲିସ ଷ୍ଟେସନ ଅଞ୍ଚଳର ରାମଗୋପାଳ ଛକରେ ଏହି ଘଟଣା ଘଟିଛି।
ପୁଲିସ ଅନୁଯାୟୀ, ଏହି ମାମଲାରେ ଉଭୟ ପକ୍ଷଙ୍କୁ ପରାମର୍ଶ ଦେବା ପରେ ସେମାନଙ୍କୁ ଅଲଗା କରାଯାଇଛି। ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଏକ ବିବୃତିରେ କୁହାଯାଇଛି।
ଭିଡିଓରେ ଦୁଇ ଚକିଆ ଗାଡ଼ିରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ଦମ୍ପତି ମାଡ଼ ମାରୁଥିବା ଦେଖାଯାଇଛି। ସେ ମହିଳାଙ୍କ କେଶ ଧରିବା ମଧ୍ୟ ଦେଖାଯାଇଛି, ଯେତେବେଳେ ସ୍ଥାନୀୟ ବାସିନ୍ଦା ଏବଂ ସେହି ବାଟ ଦେଇ ଯାଉଥିବା ଲୋକମାନେ ଉଭୟଙ୍କୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି। ରୋହିତଙ୍କ ପିତା ମଧ୍ୟ ତାଙ୍କୁ ଚପଲରେ ଚାପୁଡ଼ା ମାରୁଥିବା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/03/40XdKNyFrivcbQljXgPY.jpg)