ଏଣିକି ବାପା ଓ ମା’ ପିଲାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ପିଲାଙ୍କ ଫଟୋ ବା ଭିଡିଓକୁ ବାପା ଓ ମା’ମାନେ ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ । ଏମିତି ଏକ କଟକଣା ଫ୍ରାନ୍ସରେ ଲାଗୁ କରାଯାଇଛି । ଫ୍ରାନ୍ସ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ତେବେ ଏହି ବିଲ ଫ୍ରାନ୍ସ ସିନେଟରେ ପାସ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଏହା ଆଇନର ମାନ୍ୟତା ପାଇବ ।

ଏହି ଆଇନ ଅନୁଯାୟୀ  ଯଦି ବାପା-ମା’ ସେମାନଙ୍କ ପିଲାମାନଙ୍କ ଫଟୋକୁ  ସୋସିଆଲ ମିଡିଆରେ ସେୟାର କରିବେ ତେବେ କୋର୍ଟଦ୍ୱାରା ଉଭୟଙ୍କୁ ଦଣ୍ଡିତ କରାଯିବ। ବାପା-ମା’ମାନେ ଯଦି  ପିଲାଙ୍କ ଫଟୋ ଅପଲୋଡ କରିବାକୁ ଚାହାଁନ୍ତି ତେବେ ପିଲାଙ୍କ ବୟସ ଓ ବୁଝିବା ଶକ୍ତିକୁ ଦୃଷ୍ଟିରେ ରଖି ସେମାନଙ୍କ ଠାରୁ ଅନୁମତି ନେବେ । ସେମାନେ ଯଦି ଏଭଳି ପୋଷ୍ଟରେ ସହମତି ନଦେବେ ତେ‌ବେ ବାପା ଓ ମା’ମାନେ ପିଲାଙ୍କ କୌଣସି ବି ଫଟୋକୁ ପୋଷ୍ଟ କରି ପାରିବେ ନାହିଁ।

ଏହି ବିଲରେ ଦର୍ଶାଯାଇଛି,  ସୋସିଆଲ ମିଡିଆାରେ ସେୟାର ହେଉଥିବା ପିଲାଙ୍କ  ଫଟୋର ଦୁରୁପଯୋଗ କରାଯାଉଛି । ବାପା-ମା’ମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାଙ୍କ ଫଟୋ ସେୟାର କରୁଛନ୍ତି ଯାହାକୁ ଚାଇଲଡ ପର୍ଣ୍ଣୋଗ୍ରାଫି ବ୍ୟବହାର କରାଯାଉଛି । ଏହାଦ୍ୱାରା ପିଲାଙ୍କ ପ୍ରତି ବିପଦ ବଢ଼ୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର