ଶୋଇ ପଡ଼ିଥିବା ୬ ବର୍ଷର ଝିଅକୁ ଟ୍ରେନରେ ଛାଡ଼ିଦେଲେ ବାପା-ମା’! ଜାଣନ୍ତୁ ତା’ପରେ କ’ଣ ହେଲା…

ମୁମ୍ବାଇ: ବେଳେ ବେଳେ ଏମିତି ବି ଘଟଣା ଘଟେ ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ବାପା-ମା’ ନିଜ ପିଲାକୁ ଟ୍ରେନରେ ଛାଡ଼ି ପଳାଇବା ସମ୍ଭବ ନୁହେଁ ବୋଲି ପ୍ରତୀତ ହେଉଥିଲେ ମଧ୍ୟ ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ। ସୂଚନା ଅନୁସାରେ,ଡୋମ୍ବିଭ୍‌ଲିର ଅଧିବାସୀ ଓମ୍‌ପ୍ରକାଶ ହରିପାଲ୍‌ ଯାଦବ (୩୦ବର୍ଷ) ଟ୍ରେନ୍‌ ନଂ ୧୨୧୩୨ ଏବଂ ସିଟ୍‌ ନଂ ଏସ୍‌ ୬-୫ ଶିରିଡ଼ିରୁ କଲ୍ୟାଣ ଯାତ୍ରା କରୁଥିଲେ। ଟ୍ରେନ୍‌ଟି କଲ୍ୟାଣ ଷ୍ଟେସନରେ ପହଞ୍ଚିବା ପରେ ଯାଦବ ନିଜର ପତ୍ନୀ ଏବଂ ଲଗେଜ୍‌ ସହିତ ଓହ୍ଲାଇ ପଡ଼ିଥିଲେ। ସେମାନେ ଭାବିଥିଲେ ତାଙ୍କ ଝିଅଟି ମଧ୍ୟ ଓହ୍ଲାଇଥିବ। ଟ୍ରେନ୍‌ ଛାଡ଼ିବା ପରେ ଦେଖିବାକୁ ପାଇଲେ ଯେ ତାଙ୍କ ଝିଅ ଲିପିକା ନାହିଁ। ସେ ଭଲ ଭାବରେ ମନେପକେଇଲେ ଯେ ଝିଅକୁ ସ୍ଲିପର୍‌ କୋଚରେ ଛାଡିଦେଇଛନ୍ତି। ତା’ପରେ ଯାଦବ ସଙ୍ଗେ ସଙ୍ଗେ କଲ୍ୟାଣ ଷ୍ଟେସନରେ ଅଭିଯୋଗ କରିବାରୁ ଟ୍ରେନରେ ଥିବା ରେଳ କର୍ମଚାରୀ ଦେଖିଲେ ସେହି କମ୍ପାର୍ଟମେଣ୍ଟେ ଝିଅଟି ଶୋଇଥିଲା। ତା’ପରେ ଯାଦବ ଆସି ଦାଦର ଷ୍ଟେସନ୍‌ରେ ପହଞ୍ଚିଲେ ଏବଂ ଝିଅକୁ ନେଇ ସାଥିରେ ଘରକୁ ଯାଇଥିଲେ।

ରେଳ କର୍ମଚାରୀଙ୍କ ଅନୁସାରେ, ଗୁରୁବାର ଦିନ ସନ୍ଧ୍ୟାରେ କଲ୍ୟାଣ ଷ୍ଟେସନ ମ୍ୟାନଜର୍‌ ଫୋନ୍‌ କରି କହିଲେ ଯେ କଲ୍ୟାଣ ଷ୍ଟେସନରୁ ଦାଦର ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଝିଅଟିଏ ରହିଯାଇଛି। ଏହାପରେ ଶୋଇଥିବା ଅବସ୍ଥାରେ ଝିଅଟିକୁ ଉଦ୍ଧାର କରାଗଲା । ଝିଅଟିର ବୟସ ମାତ୍ର ଛଅ ବର୍ଷ ହେବ।

ସମ୍ବନ୍ଧିତ ଖବର