‘ଡ୍ରିମ୍ ଚାଇଲ୍ଡ ଆପ୍’: ମାତୃ ଗର୍ଭରେ ଶିଶୁକୁ ହିନ୍ଦୁ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ବୁଦ୍ଧି ପ୍ରଦାନ କରୁଛି ଏହି ଆପ୍

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିଥିବେ ପ୍ରାୟତଃ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଗୀତର ତାଳେ ତାଳେ ନାଚୁଥିବା ନଜର ଆସିଥାନ୍ତି, ଠିକ୍ ସେମିତି କିଛି ପିଲା ସଂସ୍କୃତ ଶ୍ଲୋକ କିମ୍ବା ଆଧ୍ୟାତ୍ମିକ ମନ୍ତ୍ର ପଢ଼ୁଥାନ୍ତି। ଯାହା ଆପଣଙ୍କ ମନକୁ ଆନନ୍ଦ ଦେଇଥାଏ। ବର୍ତ୍ତମାନ ବିଜ୍ଞାନ ଏତେ ବିକଶିତ ହେଲାଣି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ; ଆପଣ ଯେଉଁ ପ୍ରକାରର ପିଲା ଚାହୁଁଛନ୍ତି, ସେଇ ପ୍ରକାରର ପିଲା ଆପଣ ପାଇ ପାରିବେ। ଏଥି ପାଇଁ ଏକ ଆପ୍ ବଜାରକୁ ଆସିଛି, ଯାହା ଗର୍ଭ ସଂସ୍କାର ବିଷୟରେ ମହିଳାମାନଙ୍କୁ ସୂଚନା ଦେଇଥାଏ। ଏହି ଆପ୍ ଭିଡିଓ ଓ ବିଭିନ୍ନ ପ୍ରକାରର କର୍ମଶାଳା ମାଧ୍ୟମରେ ଗର୍ଭସ୍ଥ ସନ୍ତାନକୁ ହିନ୍ଦୁ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ବୁଦ୍ଧି ପ୍ରଦାନ କରିଥାଏ। ଏମିତିରେ ସବୁ ପିତାମାତା ସେମାନଙ୍କ ପିଲାମାନଙ୍କୁ ସଂସ୍କୃତି ସଂପନ୍ନ କରିବାକୁ ଚାହିଁଥାନ୍ତି, ସେଥିପାଇଁ ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହି ଆପଗୁଡ଼ିକର ସାହାଯ୍ୟ ନେଇ ଗୁଣାତ୍ମକ ସନ୍ତାନ ପ୍ରାପ୍ତ କରୁଛନ୍ତି।

କିଛି ଆପ୍ ଦାବି କରେ ଯେ ଗର୍ଭରେ ଥିବା ଶିଶୁର ରୂପ ଏବଂ ବ୍ୟକ୍ତିତ୍ବ; ମାଆ ନିଜେ ଯେପରି ଚାହିଁବ ସେପରି ଆକୃତି କରିପାରିବ। ସେଥିପାଇଁ ଗର୍ଭ ସଂସ୍କାରର ଅନୁସରଣ କରିବା ସହ, ସକରାତ୍ମକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ଏହି ସମୟରେ, ମାଆ ସଂସ୍କୃତ ଶ୍ଲୋକର ଜପ କରିବା ଏବଂ ଶୁଣିବା, ଭଗବାନଙ୍କୁ ପ୍ରାର୍ଥନା କରିବା, ଗର୍ଭରେ ଥିବା ପିଲାଙ୍କ ସହ କଥା ହେବା, ଧ୍ୟାନ ଏବଂ ଯୋଗ ଅଭ୍ୟାସ କରିବା ଉଚିତ୍। କୃଷ୍ଣା କମିଙ୍ଗ୍ ଗର୍ଭ ସଂସ୍କାର ଆପ୍ ର ପ୍ରତିଷ୍ଠାତା ପ୍ରଫେସର ବିପିନ୍ ଯୋଶୀ କହିଛନ୍ତି ଯେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କର ଗୁଣ ଓ ଆକାର ଗଠନ କରିବାରେ ଏହା ସେମାନଙ୍କୁ ସାହାଯ୍ୟ କରିଥାଏ।

ଏଥିପାଇଁ ପିତାମାତାଙ୍କୁ ଏକ ‘ଡ୍ରିମ୍ ଚାର୍ଟ’ ତିଆରି କରିବାକୁ କୁହାଯାଇଛି। ହେଲେ ଏପରି ଚାହୁଁଥିବା ମୁତାବକ ପିଲାର ଗୁଣ ଓ ଚାହୁଁଥିବା ଡିଜାଇନ୍ କରୁଥିବା ଏହି ପାଇଁ ଆପ୍ କୁ ନେଇ ଚର୍ଚ୍ଚା ଜୋରଧରିଛି। ଗଣମାଧ୍ୟମ ତଥ୍ୟଅନୁସାରେ, ବୈଦିକ ପରମ୍ପରା ଏବଂ ହିନ୍ଦୁ ରୀତିନୀତି ନିକଟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ଆରଏସଏସର ଜଣେ ମହିଳା ୱିଙ୍ଗ୍ ରାଷ୍ଟ୍ର ସେବା ସମିତିର ଏକ କାର୍ଯ୍ୟକ୍ରମରେ ଜେଏନୟୁରେ ଗର୍ଭ ସଂସ୍କାର ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ସେ ଦାବି କରିଥିଲେ ଯେ ପାରମ୍ପରିକ ପ୍ରଥା ଅନୁସରଣ କରିବା ସହ ଜନ୍ମ ହେବାକୁ ଥିବା ପିଲାମାନେ ଉତ୍ତମ ଏବଂ ଦେଶପ୍ରେମୀ ହିନ୍ଦୁ ହୋଇ ଜନ୍ମ ହେବେ। ଯଦି ଦେଖିବା ଏହି ଗର୍ଭ ସଂସ୍କାର କିଛି ନୂଆ ନୁହେଁ, ଯାହାର ଅନେକ ଉଦାହରଣ ଆମ ପୁରାଣ କାହାଣୀରେ ଅଛି। ଆମେ ମହାଭାରତରେ ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କ କାହାଣୀ ଶୁଣିଛୁ, ଯିଏ ତାଙ୍କ ମାତୃ ଗର୍ଭରେ ଯୁଦ୍ଧ ରଣନୀତି ଶିଖିଥିଲେ। ଏହା ବ୍ୟତୀତ ଭକ୍ତ ପ୍ରହ୍ଲାଦ ନିଜ ମାତୃ ଗର୍ଭରେ ମନ୍ତ୍ର ଶୁଣିଥିଲେ ଏବଂ ସେ ଭଗବାନ ବିଷ୍ଣୁଙ୍କ ଭକ୍ତ ହୋଇଥିଲେ।

ଗର୍ଭ ସଂସ୍କାର ଆପ୍ ବ୍ୟବହାର କରୁଥିବା ବ୍ରିନ୍ଦା କହନ୍ତି ଯେ ଯେତେବେଳେ ସେ ୨୦୨୦ ରେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ଡ୍ରିମ୍ ଚାଇଲ୍ଡ ଆପ୍ ବ୍ୟବହାର କରିବା ଆରମ୍ଭ କରିଥିଲେ। ସେମାନଙ୍କର ସନ୍ତାନ ସେମାନଙ୍କର ସ୍ୱପ୍ନର ସନ୍ତାନ ପରି ଜନ୍ମ ହୋଇଥିଲା, ଯେପରି ସେମାନେ ଚାହିଁଥିଲେ। ଅନେକ ପିତାମାତା ମଧ୍ୟ ଏହି ଆପକୁ ପ୍ରଶଂସା କରିଛନ୍ତି। ଯେକରିକି, ତାଙ୍କର ଦୁଇ ମାସର ଶିଶୁ ‘ଓମ୍’ କହିପାରୁଛି କିମ୍ବା ଫ୍ଲାସକାର୍ଡରୁ ବିମାନ ଓ ଟ୍ରକ୍ ଚିହ୍ନି ପାରୁଛି। ମାତ୍ର ୯୯ ଟଙ୍କାରେ ଏହା ୯ ଦିନର କାର୍ଯ୍ୟ କରିଥାଏ। ଯଦିଓ ଏହି ଆପରେ ୧୫୦୦୦ ଟଙ୍କା ମୂଲ୍ୟର ସବସ୍କ୍ରିପସନ୍ ଯୋଜନା ଅଛି, ଯାହାକୁ ଲୋକମାନେ ନିଜ ଇଚ୍ଛା ଅନୁସାରେ ବାଛି ପାରିବେ।

ସମ୍ବନ୍ଧିତ ଖବର