ସିମଲା: ଚାରିବର୍ଷ ପୂର୍ବରୁ ହାଇଦ୍ରାବାଦର ଜଣେ କଲେଜ ଛାତ୍ର ନିଜର ଷ୍ଟଡି ଟୁର୍‌ରେ ହିମାଚଳପ୍ରଦେଶ ଭ୍ରମଣ କରିବାକୁ ଆସି ଆରପାରିକୁ ଚାଲି ଯାଇଥିଲା। ଏକାସଙ୍ଗେ ୨୪ଜଣ ଛାତ୍ର ହିମାଞ୍ଚଳ ପ୍ରଦେଶ ମଣ୍ଡି ଜିଲ୍ଲା ଥଲୋଟରେ ଥିବା ବ୍ୟାସ ନଦୀରେ ଜଳ ସମାଧି ନେଇ ଯାଇଥିଲେ। ଏହି ଘଟଣା ପୁଣି ତାଜା ହୋଇ ଉଠିଛି, ଯେତେବେଳେ ହାଇଦ୍ରାବାଦରୁ ମୃତ ଛାତ୍ରମାନଙ୍କ ପରିଜନ ଥଲୋଟ ଘଟଣାସ୍ଥଳରେ ପହଞ୍ଚି ପୁଅଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ।

Advertisment

publive-image

ମଣ୍ଡି ଜିଲ୍ଲାର ଥଲୋଟରେ ଥିବା ବ୍ୟାସ ନଦୀ କୂଳରେ ହାଇଦ୍ରାବଦରୁ ଆସିଥିବା ମୃତକଙ୍କ ପରିଜନ ନିଜର ପୁଅଙ୍କ ଚତୁର୍ଥ ଶ୍ରଦ୍ଧାବାର୍ଷିକ ପାଇଁ ଏକ ଜୁଟ ହେବାପରେ ସେହି ସ୍ଥାନଟି କାନ୍ଦବୋବାଳିରେ ଫାଟି ଉଠୁଥିଲା। ଏହି ବ୍ୟାସ ନଦୀରେ ସମସ୍ତେ ନିଜନିଜ ପିଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେମାନଙ୍କ ପସନ୍ଦ ମୁତାବକ ଖାଦ୍ୟ ଭସାଇଥିଲେ। ଏହି ଘଟଣାସ୍ଥଳକୁ କେବଳ ମୃତକଙ୍କ ପୁରୁଷ ସଦସ୍ୟ ଆସିଥିଲେ। ବ୍ୟାସ ନଦୀ ନିକଟରେ ଘଣ୍ଟାଘଣ୍ଟା ଧରି ବସି ରହିଥିଲେ ପରିଜନ, ଯେଉଁଠାରେ ତାଙ୍କ ପିଲାମାନେ ଫଟୋ ଉଠାଇବା ସମୟରେ ନଦୀ ସ୍ରୋତରେ ଭାସି ଯାଇଥିଲେ।

ହାଇଦ୍ରାବାଦରୁ ଆସିଥିବା ଏ ରାଧାକୃଷ୍ଣନ୍‌  କହିଛନ୍ତି, ଏହି ଦୁର୍ଘଟଣାକୁ ସେ କେବେ ବି ଭୁଲି ପାରିବେ ନାହିଁ।  ଚାରିବର୍ଷ ବିତିବା ପରେ ସେ ତାଙ୍କ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏଠାକୁ ଆସିଛନ୍ତି। ସେ ତେଲେଙ୍ଗାନା ସରକାରଙ୍କୁ ଦୁର୍ଘଟଣା ସମୟରେ କ’ଣ ହୋଇଥିଲା ସେ ବିଷୟରେ ଅବଗତ କରାଇଥିଲେ।  ଏହି ଘଟଣାସ୍ଥଳକୁ ସ୍ମାରକ ବନାଇବା ପାଇଁ ବି କହିଛନ୍ତି। କାରଣ ସ୍ମାରକ ବନାଇବା ଦ୍ୱାରା ଲୋକମାନେ ଜାଗୃତ ହୋଇପାରିବେ କି ଏହି ସ୍ଥାନରେ ଦୁର୍ଘଟଣା ଘଟିଥିଲା। ତେଣୁ ଲୋକମାନେ ନିଜକୁ ସୁରକ୍ଷିତ କରି ନେବେ।

ସେହିପରି ନିଜ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ଅନ୍ୟ ଜଣେ ପିତା କହନ୍ତି, ମୋର ଗୋଟିଏ ମାତ୍ର ପୁଅ ଥିଲା। ତାକୁ  ହରାଇବା ପରେ ମୁଁ ଜୀଅନ୍ତା ଶବ ପାଲଟି ଯାଇଛି। ଏପରିକି ୧୪୪କୋଟିର ବ୍ୟବସାୟ ମୁଁ ଛାଡ଼ି ଦେଇଛି। କାରଣ ଏସବୁ ସମ୍ଭାଳିବା ପାଇଁ ମୋର ଧର୍ଯ୍ୟ ନଥିଲା।