ଚଣ୍ଡୀଗଡ଼: ବିଜେପି ଵିଧାୟକଙ୍କ ପତ୍ନୀ ହେବାକୁ ଯାଉଛନ୍ତି ଆଇଏଏସ ଅଫିସର | ହରିୟାଣାର ସବୁଠାରୁ କନିଷ୍ଠ ବିଧାୟକ ଭବ୍ୟ ବିଷ୍ଣୋଇ ଓ ୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି | ମିଳିଥିବା ସୂଚନା ମୁତାବକ ଉଭୟ ଭବ୍ୟ ଓ ପରୀଙ୍କର ନିର୍ବନ୍ଧ ସରିଥିବାବେଳେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି | ବାସ୍ତବରେ ରାଜନୀତି ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ହରିୟାଣାର ଯୁବ ବିଧାୟକ ଭବ୍ୟ ବିଷ୍ଣୋଇ ନିଜେ ସୋସିଆଲ ମିଡିଆରେ ନିର୍ବନ୍ଧ ସମୟର ଫଟୋ ସେୟାର କରିଥିଲେ।
ଉଲ୍ଲେଖ ଥାଉ କି ପରୀଙ୍କ ମା ଜଣେ ଜିଆରପି ପୁଲିସ ଅଧିକାରୀ ହୋଇଥିବାବେଳେ ତାଙ୍କ ପିତା ବୃତ୍ତିରେ ଜଣେ ଆଇନଜୀବୀ। ପରୀ ଅଜମେରର ସେଣ୍ଟ ମେରି କନଭେଣ୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବାବେଳେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ | ଏହାପରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ |
ଆଉ ତିନିଥର ଚେଷ୍ଟା ପରେ ସେ ୟୁପିଏସସିରେ ସଫଳତା ପାଇଥିଲେ | ୟୁପିଏସସି ପରୀକ୍ଷାରେ ପରୀ ସମଗ୍ର ଭାରତରେ ୩୦ତମ ସ୍ଥାନରେ ରହିଥିଲେ | ପରୀଙ୍କୁ ସିକିମ କ୍ୟାଡର ମିଳିଥିବାବେଳେ ଏବେ ସେ ଗାଙ୍ଗଟକରେ ଚାକିରି କରୁଛନ୍ତି | ଉଲ୍ଲେଖ ଥାଉ କି ରାଜସ୍ଥାନର ବିକାନିରରେ ଗତ ମଙ୍ଗଳବାର ଉଭୟଙ୍କ ନିର୍ବନ୍ଧ ସମାପନ ହୋଇଥିଲା |