ପାରିକର ଗୋଆ ମୁଖ୍ୟମନ୍ତ୍ରୀ ରହିବେ

ନୂଆଦିଲ୍ଲୀ: ଗୋଆରେ ସରକାର ଗଢ଼ିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଉଥିବା ବେଳେ ମନୋହର ପାରିକର ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ବୋଲି ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି। ଟ୍ଵିଟ୍‌ କରି ଶାହ କହିଛନ୍ତି, ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବନାହିଁ। ପାରିକର ଗୋଆର ମୁଖ୍ୟମନ୍ତ୍ରୀ ପଦରେ ରହିବେ। କିନ୍ତୁ ତାଙ୍କ କ୍ୟାବିନେଟ୍‌ରେ କିଛିଟା ପରିବର୍ତ୍ତନ ଅଣାଯିବ। ଉଲ୍ଲେଖଯୋଗ୍ୟ, ଅସୁସ୍ଥତା ପାଇଁ କିଛିଦିନ ହେଲା ଦିଲ୍ଲୀ ଏମ୍ସରେ ପାରିକର ଚିକିତ୍ସିତ ହୋଇଆସୁଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବା ଲାଗି ରାଜ୍ୟପାଳଙ୍କୁ ଦୁଇଥର ଚିଠି ଲେଖିସାରିଲାଣି। ଏମିତି କି ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିଥିଲେ। ରାଜ୍ୟରେ ସରକାର ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର