ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ : ଯୋଗଦେବେ ଓଡ଼ିଶାର ୧୭ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଆସନ୍ତାକାଲି ତାଲ୍‌କଟୋରା ଇ‌ନ୍‌ଡୋର ଷ୍ଟାଡିୟମ୍‌ରେ ବୋର୍ଡ ପରୀକ୍ଷା ଦେଉଥିବା ପିଲାମାନଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଶାର ୧୭ ଜଣ ମେଧାବୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ। ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରୀକ୍ଷା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚରାଯିବ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ। ଓଡ଼ିଶାରୁ ଯେଉଁ ଛାତ୍ରଛାତ୍ରୀମାନେ ଦିଲ୍ଲୀ ଆସି ପହଞ୍ଚିଛନ୍ତି ସେମାନେ ହେଲେ ଜ୍ୟୋତିର୍ମୟୀ ବେଦ୍‌, ପ୍ରଣିତା ସାହୁ, ବର୍ଷା ପ୍ରିୟଦର୍ଶିନୀ ସାହୁ, ମୀରା ମହାପାତ୍ର, ପ୍ରତ୍ୟୁଷା ମହନ୍ତ, ଅନନ୍ୟା ନାୟକ, ସ୍ମିଗ୍‌ଧା ରୋହିଦାସ୍‌, ସ୍ବେତପଦ୍ମା ପରିଜା‌, ରୋଜାଲିନ ରାଉତ, ଶୁଭାଶିଷ ଗୌଡ଼, ଦେବାଶିଷ ପାଣିଗ୍ରାହୀ, ପ୍ରହଲ୍ଲାଦ ବାଛଡ଼, ପ୍ରିୟାଂଶୁ ସାହୁ ଓ ଆଶୁତୋଷ ବେହେରା। କାର୍ଯ୍ୟକ୍ରମରେ ଶିକ୍ଷକ ପ୍ୟାରିଲାଲ୍‌ ପ୍ରଜାପତି ଓ ଅଭିଭାବକ ସୂର୍ଯ୍ୟକାନ୍ତ ମହାପାତ୍ର ଯୋଗ ଦେବେ।

ସମ୍ବନ୍ଧିତ ଖବର