ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡ଼ିଶା ଛାତ୍ରଛାତ୍ରୀ

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାକୁ ଚିଠି ଲେଖିଲା ଓସେପା

ନୂଆଦିଲ୍ଲୀ : ଚଳିତ ମାସ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ ସମେତ ସମଗ୍ର ଦେଶରୁ ୧ ହଜାର ଛାତ୍ରଛାତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ରୂପେ କିଭଳି ଦ୍ବନ୍ଦ୍ବମୁକ୍ତ ହେ‌େବ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ସିଧାସଳଖ କଥାବାର୍ତ୍ତା କରିବେ। ଗତବର୍ଷ ତୁଳନାରେ ଏଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ପୂର୍ବର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ୧୫ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଶ୍ନ ପଚାରାଯାଇଥିବା ବେଳେ ଏଥର ପାଖାପାଖି ୬୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ବିଦେଶରେ ରହି ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ପ୍ରଶ୍ନଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଚଳିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମିଲ ହେବେ ଏବଂ ସେମାନଙ୍କୁ ପ୍ରଧାମନନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଦେଶର ୧୫ ଲକ୍ଷ ସ୍କୁଲ ମାନଙ୍କରେ ସିଧା ପ୍ରସାରଣ କରାଯିବ, ଯାହାଦ୍ବାରା ପାଖାପାଖି ୧୫ କୋଟି ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ।

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାକୁ ଚିଠି ଲେଖିଲା ଓସେପା
ଭୁବନେଶ୍ବର : ଆସନ୍ତା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ତାଲକୋତରା ଷ୍ଟାଡିୟମ୍‌ରେ ‘ପରୀକ୍ଷା ପେ ଚର୍ଚ୍ଚା’ ବିଷୟ ବସ୍ତୁ ଉପରେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। କାର୍ଯ୍ୟକ୍ରମକୁ ଯେପରି ଓଡ଼ିଶାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଦେଖିପାରିବେ, ସେଥିପାଇଁ ବ୍ୟାପକ ପ୍ରଚାରପ୍ରସାର କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ (ଓସେପା)କର୍ତ୍ତୃପକ୍ଷ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରି ୨୦, ପୂର୍ବାହ୍ନ ୧୧ଟାରେ ପ୍ରସାରିତ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ସମ୍ପର୍କିତ ଷ୍ଟାଣ୍ଡିଂ ଓ ବ୍ୟାନର୍‌ ପ୍ରତ୍ୟେକ ସ୍କୁଲର ୱେବ୍‌ସାଇଟ୍‌ ଏବଂ ସ୍କୁଲରେ ‌ଲଗାଇବାକୁ କୁହାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଆଗାମୀ ପରୀକ୍ଷା ବିଷୟରେ ଆଲୋଚନା କରିବା ସହ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ, ସେ ନେଇ ପରାମର୍ଶ ଦେବେ। ତେଣୁ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଛାତ୍ର ଦେଖିବାର ବ୍ୟବସ୍ଥା କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର