ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।
‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା ଦେଇ ସେ ଲୋକପ୍ରିୟ ହୋଇ ପାରିଥିଲେ।
ସଂଗୃହୀତ ରିପୋର୍ଟ ଅନୁସାରେ, ‘ଡାଏଲିସିସ୍’ରେ ଥିବା ପ୍ରଦୀପ ସରକାରଙ୍କ ‘ପଟାସିୟମ୍’ ସ୍ତର ଖୁବ୍ ନିମ୍ନ ସ୍ତରକୁ ଚାଲିଆସିଥିଲା। ରାତି ୩ଟା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଲା।
ପ୍ରଦୀପ ଓ ତାଙ୍କ ଭଉଣୀ ମାଧୁରୀଙ୍କ ସହିତ ଖୁବ୍ ଘନିଷ୍ଠତା ଥିବା ଅଭିନେତ୍ରୀ ନୀତୁ ଚନ୍ଦ୍ରା ଟୁଇଟ୍ କରି ଲେଖିଛନ୍ତି: ପ୍ରିୟତମ ନିର୍ଦେଶକ ପ୍ରଦୀପ ସରକାର ଦାଦାଙ୍କ ମୃତ୍ୟୁ ସମ୍ବାଦ ଜାଣି ଅତ୍ୟନ୍ତ ଦୁଃଖିତ। ତାଙ୍କରିଠାରୁ ମୋର ଅଭିନେତ୍ରୀ ପେସା ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରକୁ ଅସାଧାରଣ କରି ଲୋକପ୍ରିୟ କରାଇବାର ସୌନ୍ଦର୍ଯ୍ୟ ଜ୍ଞାନ ତାଙ୍କଠାରେ ନିହିତ ଥିଲା।
Image Courtesy of Free Press Journalଗତରାତିରେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ହେବ ତାଙ୍କ ଦେହ ଭଲ ରହୁ ନ ଥିଲା। ତାଙ୍କର ‘ଡାଏଲିସିସ୍’ କରାଯାଉଥିଲା, ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବି ଥିଲା। ଆଜି ଅପରାହ୍ଣ ୪ଟା ବେଳେ ସାନ୍ତାକ୍ରୁଜ୍ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ନୀତୁ କହିଛନ୍ତି।
ବିଜ୍ଞାପନ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଖୁବ୍ ସୁନାମ ଥିଲା। ୧୯୯୦ ଦଶକ ଏବଂ ୨୦୦୦ ପ୍ରାରମ୍ଭ ମଧ୍ୟରେ ସେ ‘ୟୁଫେରିୟା’ର ‘ଧୁମ୍ ପିଚ୍କା ଧୁମ୍’ ଓ ‘ମାୟେରି’ ଏବଂ ଶୁଭା ମୁଦ୍ଗଲ୍ଙ୍କ ‘ଅବ୍ କେ ସାୱନ୍’ ଆଦି ଅନେକ ଭିଡିଓ ଗୀତ ମଧ୍ୟ ସୁଟିଙ୍ଗ୍ କରାଇଥିଲେ।
Image Courtesy of The Indian Expressରାଜକୁମାର ହିରାନିଙ୍କ ସହିତ ମିଶି ସେ ଚଳଚ୍ଚିତ୍ର କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରି ‘ମୁନ୍ନା ଭାଇ ଏମ୍ବିବିଏସ୍’ର ସହ-ସମ୍ପାଦନା କରିଥିଲେ। ତାଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଉଛି ବିଦ୍ୟା ବଲାନ୍, ସୈଫ୍ ଅଲି ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନିତ ‘ପରିଣୀତା’।
ତାଙ୍କ ମୃତ୍ୟୁ ଖବର ଶୁଣି ନିର୍ଦେଶକ ହଂସଲ୍ ମେହେଟ୍ଟା, ଅଭିନେତା ଅଜୟ ଦେବଗନ ଏବଂ ମନୋଜ ବାଜପାୟୀ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Director-Pradeep-Sarkaar-Dies_Thumbnail.jpg)