ରାଘବ-ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ବିବାହ ଚର୍ଚ୍ଚା ମଧ୍ୟରେ ରାଘବ-ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କଲେ ଆପ୍ ସାଂସଦ। କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ପରେ କୁହାଯାଇଥିଲା ଯେ ଦୁହେଁ ଖୁବ ଶୀଘ୍ର ବିବାହ କରିବେ। ଏବେ ଆପ୍ ସାଂସଦ ସଞ୍ଜୀବ ଆରୋରା ଟ୍ବିଟ କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ପରେ ହେଉଥିବା ଚର୍ଚ୍ଚା ଏବେ ସତ ବୋଲି ପ୍ରମାଣ ହୋଇଛି।

ସଞ୍ଜୀବ ଆରୋରା ଟ୍ବିଟରେ ରାଘବ-ପରିଣୀତିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ମୁଁ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋର ଶୁଭେଚ୍ଛା।

ତେବେ ଡେଟିଂ ଚର୍ଚ୍ଚା ହେବା ପରେ ଏ ‌ନେଇ ରାଘବଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ, ପରିଣୀତିଙ୍କ ସଂପର୍କରେ ପଚାରନ୍ତୁନି’। ତେବେ ରାଘବଙ୍କର ଏହି ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପୁଣି ପ୍ରଶ୍ନ କରିଥିଲେ ଯେ ପରିଣୀତି ଓ ତାଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ତାହା ଲୋକ ଜାଣିବାକୁ ଚାହାନ୍ତି, ଯାହାର ଉତ୍ତରରେ ରାଘବ କହିଥିଲେ, ‘ଉତ୍ତର ଦେବି’। ହେଲେ ଏବେ ସଞ୍ଜୀବ ଆରୋରାଙ୍କ ଟ୍ବିଟ ସବୁ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର