ବିଦିଶା: ମୃତ୍ୟୁର ନାହିଁ କୌଣସି ଠିକଣା । କେତେବେଳେ କ’ଣ ଅଘଟଣ ଘଟିବ, କେହି କହିପାରିବେ ନାହିଁ। ବିଶେଷକରି ଆଜିକାଲି ହୃଦଘାତଜନୀତ ମୃତ୍ୟୁ ଯେପରି ସାଧାରଣ ହୋଇଗଲାଣି। କିଛି ଏପରି ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି । ଏକ ବିବାହ ସମାରୋହରେ ନାଚୁଥିବା ବେଳେ ଜଣେ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମହିଳା ଜଣକ ଇନ୍ଦୋରର ପରିଣୀତା ଜୈନ ବୋଲି ଜଣାପଡ଼ିଛି। ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ପରିଣୀତା।

Advertisment

ଗତ ୮ ତାରିଖରେ ହଳଦୀ ସେରେମନିରେ ନାଚୁଥିଲେ। ଆଉ ଦେଖୁ ଦେଖୁ ଷ୍ଟେଜ ଉପରେ ଟଳିପଡ଼ିଲେ ପରିଣୀତା। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ନାଚୁନାଚୁ ଟଳିପଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୁବତୀଙ୍କର କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିବା ପରିବାର ଲୋକେ କହିଛନ୍ତି। ତେଣୁ ବର୍ତ୍ତମାନର ଦୈନନ୍ଦିନ ଜୀବନରେ ନିଜ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ନିହାତି ଦରକାର। କାରଣ ଭଲ ମଣିଷ ବି ଦୃହଘାତର ଶିକାର ହେଉଛନ୍ତି। ପୂର୍ବରୁ ପରିଣୀତାଙ୍କ ସାନ ଭାଇ ୧୨ ବର୍ଷ ବୟସରେ ହୃଦ୍‌ଘାତରେ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।