ପ୍ୟାରିସ୍‌ର ପୁଲିସ ମୁଖ୍ୟାଳୟରେ ୪ଜଣ ପୁଲିସକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

gନୂଆଦିଲ୍ଲୀ : ପ୍ୟାରିସ୍‌ରେ ଥିବା ପୁଲିସ ମୁଖ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଜଣ ପୁଲିସକର୍ମୀଙ୍କୁ ଜଣେ ପ୍ରଶାସକ ଛୁରୀ ଭୁସି ହତ୍ୟା କରିବା ଖବର ଏବେ ଆଲୋଚନାର ବିଷୟ ପାଲଟିଛି । ଘଟଣାସ୍ଥଳରେ ୪ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗୁଳି କରି ହତ୍ୟା କରି ଦିଆଯାଇଛି ।

Image result for Paris knife attacker kills 4 people at police headquarters
Evening Standard

ୟୁନିୟନର ଅଧିକାରୀ ଲୋଇକ୍‌ ଟ୍ରେଭର୍ସଙ୍କ କହିବା ଅନୁଯାୟୀ, ଆକ୍ରମଣ କରିଥିବା ଅଭିଯୁକ୍ତ କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । କାରଣ ପୂର୍ବରୁ ଅଭିଯୁକ୍ତଙ୍କର ଏଭଳି କୌଣସି ରୂପ ଦେଖିବାକୁ ମିଳି ନଥିଲା । ହଠାତ୍‌ ଅଭିଯୁକ୍ତଙ୍କ ଏଭଳି କାମ କରିବା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି । ତେବେ ଏହି ଘଟଣାକୁ ନେଇ ଏବେ ଭିନ୍ନ ଭିନ୍ନ ମତ ଆସୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ନିଜର ସମବେଦନା ଜଣାଇଛନ୍ତି ଫ୍ରାନ୍ସର ପୂର୍ବତନ ଗୃହମନ୍ତ୍ରୀ ଜେରାର୍ଡ କୋଲମ୍ବୋ ।

ସମ୍ବନ୍ଧିତ ଖବର