ପ୍ୟାରିସ୍‌ର: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଆଠ ମହଲା କୋଠରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଜଣେ ସନ୍ଦିଗ୍ଧ ମହିଳାକୁ ପୁଲିସ ଗିରଫ କରିଛି।

Advertisment

publive-image

ପ୍ରକାଶିତ ରିପୋର୍ଟ ମୁତାବକ, ଗିରଫ ମହିଳା ଅଗ୍ନିକାଣ୍ଡ ଘଟିଥିବା କୋଠାରେ ବସବାସ କରେ। କୋଠାରୁ କିଛି ଦୂରରେ ପୁଲିସ ତାକୁ ଗିରଫ କରାଯାଇଛି। ଏହି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୨୦୦ଟି ଦମକଳ ଗାଡ଼ି ଦ୍ୱାରା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କ ଅବସ୍ଥା ଗମ୍ଭୀର ରହିଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,ଏହି ନିଆଁ ପ୍ରଥମ ମହଲାରେ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡରେ କୋଠାର ଭିତର ଭାଗ ଅଧିକ ପ୍ରଭାବିତ ହୋଇଛି।