ବିସ୍ଫୋରଣ ନୁହେଁ, ଲଢ଼ୁଆ ଜେଟ୍‌ର ‘ସୋନିକ୍ ବୁମ୍‌’ ଯୋଗୁଁ ଥରି ଉଠିଲା ପ୍ୟାରିସ୍ ସହର

ପ୍ୟାରିସ୍: ବୁଧବାର ଦିନ ପ୍ୟାରିସ୍‌ବାସୀଙ୍କୁ ଆତଙ୍କିତ କରି ପକାଇଥିବା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦର କାରଣ ହେଉଛି ଏକ ଲଢ଼ୁଆ ଜେଟ୍‌ ବିମାନରୁ ନିର୍ଗତ ହୋଇଥିଲା।  ଧ୍ବନିର ବେଗଠାରୁ ବିମାନଟି ଅଧିକ ବେଗରେ ଗତି କରିବାରୁ  ସୃଷ୍ଟି ହୋଇଥିବା ‘ସୋନିକ୍ ବୁମ୍’ ଯୋଗୁଁ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା ।  ଏକଥା ଟୁଇଟ୍‌ କରି ପ୍ୟାରିସ୍‌ ପୁଲିସ ଘୋଷଣା କରିଛି।

ଅଫିସିଆଲ୍ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍ କରି ପ୍ୟାରିସ୍ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି ଯେ, ସେମାନେ ଜରୁରୀକାଳୀନ ଫୋନ୍‌ଲାଇନ୍‌କୁ ଆଉ ଫୋନ୍ କରନ୍ତୁ ନାହିଁ। ଗୋଟାଏ ସାମରିକ ଜେଟ୍‌ ବିମାନର ଗତି ବେଗ ଧ୍ବନିର ଗତି ବେଗ ଠାରୁ ଅଧିକ ହେବାରୁ ପ୍ୟାରିସ୍ ଏବଂ ପ୍ୟାରିସ୍ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଭଳି ଶବ୍ଦ ଶୁଭିଛି।

Image Courtesy of NDTV

ସମଗ୍ର ପ୍ୟାରିସ୍‌ରେ ଶୁଣାଯାଇଥିବା ଏହି ବିସ୍ଫୋରଣ ଶବ୍ଦ ଘରର ଝରକା ସବୁକୁ  ଥରାଇ ଦେବାରୁ ବାସିନ୍ଦାମାନେ ଆତଙ୍କିତ ହୋଇ ଉଠିଥିଲେ। ସେମାନେ ଭୟଭୀତ ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ତାହା ହେଲା ଗତ ସପ୍ତାହରେ ବ୍ୟଙ୍ଗ ସାପ୍ତାହିକୀ ‘ଚାର୍ଲି ହେବ୍‌ଡୋ’ର ପୁରୁଣା କାର୍ଯ୍ୟାଳୟ ବାହାରେ ହୋଇଥିବା ଛୁରି ଆକ୍ରମଣ। ଏହାକୁ ସରକାର ଆତଙ୍କବାଦୀ କାର୍ଯ୍ୟକଳାପ ବ‌ୋଲି କହିଥିଲେ। ତେଣୁ ଆଜିର ବିସ୍ଫୋରଣ ଭଳି ଶବ୍ଦ ଶୁଣି ସେମାନେ ଭୀତତ୍ରସ୍ତ ହୋଇଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଶବ୍ଦ ଯୋଗୁଁ କୋଠାବାଡ଼ି ସବୁ ଥରି ଉଠିଥିଲା। ଫ୍ରାନ୍‌ସ୍‌ର କେତେକ କେନ୍ଦ୍ରୀୟ ଜିଲ୍ଲା ଏବଂ ଆଖପାଖ ଉପନଗରୀର ଲୋକେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଣିଛନ୍ତି।

ସମ୍ବନ୍ଧିତ ଖବର