ଗରୱା: ଝାଡ଼ଖଣ୍ଡର ଗରୱା ଜିଲ୍ଲାର ମେରାଲ ଥାନା ଅନ୍ତର୍ଗତ ତିସରତେତୁକା ଗ୍ରାମରେ ଜଣେ ୩୦ ବର୍ଷୀୟ ବିବାହିତା ମହିଳାଙ୍କୁ ଅକଥନୀୟ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି। ନିର୍ଯାତନାର ଶିକାର ହୋଇଥିବା ମହିଳାଜଣକ ସଂଖ୍ୟାଲଘୁ ସଂପ୍ରଦାୟର। ପରକୀୟା ପ୍ରୀତି ଅଭିଯୋଗରେ ସଂପୃକ୍ତ ମହିଳାଙ୍କୁ ଜଣେ ପଞ୍ଚାୟତ ସଦସ୍ୟଙ୍କ ଜୋତାରେ ଛେପ ପକାଇ ଚଟାଯାଇଛି। ଏଥିସହିତ ୧୦୦ ଥର ଉଠବସ୍ କରାଯାଇଛି। ଲୋକଙ୍କ ସାମ୍ନାରେ ଚପଲରେ ପିଟାଯାଇଛି ଏବଂ ୫୬ ହଜାର ଟଙ୍କାର ଜରିମାନା ଲଗାଯାଇଛି। ତେବେ ମହିଳାଜଣକ ତାଙ୍କ ନାମରେ ଆସିଥିବା ପରକୀୟା ପ୍ରୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।
India Posts English
ପ୍ରଥମେ ଥାନାବାଲା ଏହି ଅଭିଯୋଗକୁ ଗ୍ରହଣ କରି ନଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଗତ ବୁଧବାର ରାତିରେ ମହିଳା ଜଣକ ଅନଲାଇନରେ ଏକ ଅଭିଯୋଗ ଦାଖଲ କରିଥିଲେ। ଫଳରେ ଏହା ଉପରେ ଏସ୍ପି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏସ୍ପି ଗରୱା ଏସ୍ଡିପିଓଙ୍କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା ବୋଲି ଏସ୍ପି କହିଛନ୍ତି। ଏଥିସହିତ ସ୍ଥାନୀୟ ଥାନା ୮ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଗତ ଅଗଷ୍ଟ ୧୫ ତାରିଖ ରାତିରେ ଏହି ଘଟଣା ଘଟିଥିଲେ ମଧ୍ୟ ବୁଧବାର ରାତିରେ ମେରାଲ ଥାନାରେ ମହିଳା ଅନଲାଇନ ଏଫଆଇଆର ରୁଜୁ କରିଛନ୍ତି।