ନୂଆଦିଲ୍ଲୀ,: ସଂସଦ ପରିସରରେ ଆଜି ଏକ କାର୍ ବ୍ୟାରିକେଡ୍ ଭାଙ୍ଗ ଭିତରକୁ ପଶି ଯାଇଥିବାରୁ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏହି କାର୍ଟି ଜଣେ ସାଂସଦଙ୍କର ବୋଲି ଜଣାପଡ଼ିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନାନୁଯାୟୀ ମଣିପୁର କଂଗ୍ରେସ ସାଂସଦ ଡକ୍ଟର ଥୋକଚମ୍ ମେନ୍ୟାଙ୍କ କାର୍ ଆଜି ସଂସଦ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶି ଯାଇଥିଲା। କିନ୍ତୁ ଏହି ସମୟରେ କାର୍ରେ ସାଂସଦ ନଥିଲେ। ଉପସ୍ଥିତ ସୁରକ୍ଷାକର୍ମୀମାନେ କୌଣସି ବିପଦ ଆଶଙ୍କା କରି ତୁରନ୍ତ ସଜାଗ୍ ହୋଇଯାଇଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ତେବେ କେଉଁ କାରଣ ପାଇଁ ଏହି ଦୁର୍ଘଟଣା ହୋଇଛି ତାହାର ତଦନ୍ତ ଚାଲିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp