ଆସନ୍ତା କାଲିଠାରୁ ସଂସଦର ବଜେଟ ଅଧିବେଶନ, ବିଭିନ୍ନ ବିଲ୍‌ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ସୋମବାରଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରବିବାର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ଅଧିବେଶନରେ ସଂସଦକୁ ସୁରଖୁରରେ ଚଳାଇବା ପାଇଁ ସମସ୍ତ ଦଳର ସହଯୋଗ ଲୋଡିବେ ବାଚସ୍ପତି । ଏହାସହିତ ବିଭିନ୍ନ ବିଲ ଉପରେ ମଧ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାର ମଧ୍ୟ ରବିବାର ଆଉ ଏକ ବୈଠକ ଡାକିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ନେତା ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିବେ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାରଠାରୁ ଫେବ୍ରୁଆରି ୯ତାରିଖ ପର୍ଯ୍ୟନ୍ତ ହେବ । ଏଥିରେ ସରକାର ଜାନୁଆରି ୨୯ତାରିଖ ଦିନ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ଫେବୃଆରି ପହିଲାରେ ବଜେଟ୍‌ ଉପସ୍ଥାପନ କରିବେ । ଅଧିବେଶନର ପରବର୍ତ୍ତିି ପର୍ଯ୍ୟାୟ ମାର୍ଚ୍ଚ ୫ତାରିଖରୁ ଏପ୍ରିଲ ୬ତାରିଖ ଯାଏ ଚାଲିବ ।

ସମ୍ବନ୍ଧିତ ଖବର