ନୂଆଦିଲ୍ଲୀ: ଓବିସି ଆୟୋଗକୁ ସାମ୍ବିଧାନିକ ସ୍ୱୀକୃତି ମିଳିବା ବାଟ ପରିଷ୍କାର ହୋଇଯାଇଛି। ୧୨୩ତମ ସମ୍ବିଧାନ ସଂଶୋଧନ ବିଧେୟକ ବା ଓବିସି ଆୟୋଗ ବିଲ୍କୁ ଆଜି ରାଜ୍ୟସଭାରେ ଅନୁମୋଦନ ମିଳିଛି। ଗୃହରେ ଉପସ୍ଥିତ ସାଂସଦଙ୍କ ମଧ୍ୟରୁ ଦୁଇତୃତୀୟାଂଶଙ୍କ ସମର୍ଥନ ମିଳିବା ପରେ ବିଲ୍ଟି ମଂଜୁରି ଲାଭ କରିଛି। ପୂର୍ବରୁ ଲୋକସଭାରେ ଏହାକୁ ମଂଜୁରି ମିଳିଥିଲା। ସରକାରଙ୍କ ପକ୍ଷରୁ ଏହି ବିଲ୍ରେ କେତେକ ସଂଶୋଧନ ଅଣାଯାଇଛି, ଯେଉଁଥିରେ ଆୟୋଗରେ ମହିଳା ସଦସ୍ୟଙ୍କୁ ସାମିଲ ପାଇଁ ପ୍ରସ୍ତାବ ରହିଛି। ଓବିସି ଆୟୋଗର ସାମ୍ବିଧାନିକ ସ୍ୱୀକୃତି ଲାଗି ମଧ୍ୟ ଏଥିରେ ପ୍ରସ୍ତାବ ରହିଛି। ତେବେ ଏହି ବିଲ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିବା ପରେ ଅନ୍ୟ ଦଳଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି ବିଲ୍କୁ ରାଜ୍ୟସଭାରେ ଅନୁମୋଦନ ମିଳିଥିଲା। କିନ୍ତୁ ପରେ କେନ୍ଦ୍ର ସରକାର ଏଥିରେ ଆଉ କିଛି ସଂଶୋଧନ ଆଣିବା ପରେ ଏହାକୁ ପୁନଃ ସଂସଦରେ ଆଗତ କରାଯାଇଥିଲା।
ଓବିସି ଆୟୋଗକୁ ସମ୍ବିଧାନ ସ୍ୱୀକୃତି ମିଳିବା ବାଟ ସଫା:ରାଜ୍ୟସଭାରେ ବିଲ୍ ପାରିତ
/sambad/media/post_attachments/wp-content/uploads/2018/08/amit-shah-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)