Advertisment
ଦେଶ- ବିଦେଶ

ରଣବୀର ଆଲ୍ଲାହବାଦିଆଙ୍କୁ ମିଳିପାରେ ସଂସଦୀୟ କମିଟିରୁ ସମନ୍‌

ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ପାଇଁ ବଢ଼ି ବଢ଼ି ଲାଗିଛି ଅଡୁଆ। ଏବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଶାଳୀନ ମନ୍ତବ୍ୟ ପାଇଁ ରଣବୀର ଆଲ୍ଲାହାବାଦିଆଙ୍କୁ ସମନ କରିପାରେ ସଂସଦୀୟ କମିଟି।

 ରଣବୀର ଆଲ୍ଲାହବାଦିଆଙ୍କୁ ମିଳିପାରେ ସଂସଦୀୟ କମିଟିରୁ ସମନ୍‌

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଇନ୍‌ଫ୍ଲୁଏନ୍ସର ରଣବୀର ଆଲ୍ଲାହବାଦିଆଙ୍କ ପାଇଁ ବଢ଼ି ବଢ଼ି ଲାଗିଛି ଅଡୁଆ। ଏବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଶାଳୀନ ମନ୍ତବ୍ୟ ପାଇଁ ରଣବୀର ଆଲ୍ଲାହାବାଦିଆଙ୍କୁ ସମନ କରିପାରେ ସଂସଦୀୟ କମିଟି।

Advertisment

ସୂଚନା ଓ ପ୍ରଯୁକ୍ତିବିଦ୍ୟା ବା ଆଇଟି ସଂସଦୀୟ ପ୍ୟାନେଲ ଏକ ସୋ’ରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ କମିଟି ସମ୍ମୁଖରେ ହାଜର ହେବା ପାଇଁ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହବାଦିଆଙ୍କୁ ନୋଟିସ୍‌ ଜାରି କରିବେ ବୋଲି ସୂତ୍ରରୁ ପ୍ରକାଶ। 

ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରାଇନାଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ରିୟଲିଟି ସୋ’'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, "ତୁମେ କ'ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?" ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ୍‌ ଏବେ ସେହି ଭିଡିଓକୁ ଡିଲିଟ୍‌ କରିଦେଇଛି। 

 

Advertisment
ସବସ୍କ୍ରାଇବ କରନ୍ତୁ