୮୮ ବର୍ଷପରେ ସଂସଦ ଭବନରେ ବିଲ୍ଡିଂ ସଫେଇ କାର୍ଯ୍ୟ ହେଲା

ନୂଆଦିଲ୍ଲୀ : ନାଲି ରଙ୍ଗ ପଥରରେ ନିର୍ମିତ ୮୮ ବର୍ଷର ପୁରୁଣା ସଂସଦ ଭବନର ଆମୂଳଚୁଳ ସଫେଇ କରାଯାଇ ନୂଆ ରୂପ ଦିଆଯାଇଛି। ୧୮ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସାଂସଦମାନେ ଏହାର ଝଲକ୍‌ ଦେଖିବାକୁ ପାଇବେ। ସଂସଦର ବିଲ୍ଡିଙ୍ଗ ସଫେଇ କାମରେ ଓ୍ଵାଟର ଜେଟ୍‌, ଷ୍ଟିମ୍‌ଜେଟ୍‌ ଓ ମାଇକ୍ରୋ ସ୍ୟାଣ୍ଡ୍‌ ବ୍ଲାଷ୍ଟିଂର ପ୍ରୟୋଗ କରାଯାଇଥିଲା। ଭାଙ୍ଗି ଯାଇଥିବା ପଥର ଟାଇଲ ଗୁଡ଼ିକୁ ବଦଳାଇ ଦିଆଯାଇଥିଲା। ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନଙ୍କ ନିର୍ଦ୍ଦେଶପରେ ସଂସଦ ଭବନର ବିଲ୍ଡିଂ ସେଣ୍ଟ୍ରାଲ୍‌ ହଲ୍‌ ଓ ଲୋକସଭା ହଲ୍‌ର ନବୀକରଣ କରାଯାଇଛି। ସଫେଇ କାର୍ଯ୍ୟକ୍ରମ ପୂର୍ବରୁ ସେଣ୍ଟ୍ରାଲ ପବ୍ଲିକ୍‌ ଓ୍ଵାର୍କସ ଡିପାର୍ଟମେଣ୍ଟ୍‌ ଦ୍ୱାରା ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ୍‍ ଫର ଆର୍ଟ ଆଣ୍ଡ କଲଚର ହେରିଟେଜ୍‌ର ବୈଜ୍ଞାନିକମାନଙ୍କ ପରାମର୍ଶ ଲୋଡ଼ାଯାଇଥିଲା। ସଫେଇ କାର୍ଯ୍ୟରେ କୌଣସି ପ୍ରକାର କେମିକାଲ୍‌ ପ୍ରୟୋଗ ଓ ବ୍ୟବହାର କରାଯାଇନଥିଲା। ପ୍ରଥମ ଥର ପାଇଁ ଆଧୁନିକ ଟେକନିକ୍‌ର ଉପଯୋଗ କରାଯାଇ ତିନିମାସ ଭିତରେ ସଫେଇ ଅଭିଯାନ କାର୍ଯ୍ୟକୁ ଶେଷ କରାଯାଇଛି।

ସମ୍ବନ୍ଧିତ ଖବର