ନୂଆଦିଲ୍ଲୀ : ସୋମବାର ରାଜ୍ୟସଭାରେ ବାଚନିକ ଭୋଟରେ ଏକ ନୂଆ ବିଲ୍ ପାସ୍ ହୋଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଏଣିକି କେହି ବେଆଇନ ଗଣଧ୍ବଂସୀ ଅସ୍ତ୍ରଶସ୍ତ୍ର ପାଇଁ ପାଣ୍ଠି ଯୋଗାଇ ପାରିବେ ନାହିଁ। ଯେଉଁମାନେ ଏପରି କାର୍ଯ୍ୟକଳାପରେ ଜଡ଼ିତ ଥିବା ଧରାପଡ଼ିବେ କେନ୍ଦ୍ର ସରକାର ସେମାନଙ୍କ ଚଳାଚଳ ସମ୍ପତ୍ତି ଜବତ କରିପାରିବେ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଅଚଳ କରିଦେଇ ପାରିବେ। ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଦ୍ବାରା ଆଗତ ୱିପନ୍ସ ଅଫ୍ ମାସ୍ ଡେଷ୍ଟ୍ରକ୍ସନ ଆଣ୍ଡ୍ ଦେୟାର୍ ଡେଲିଭରି ସିଷ୍ଟମ୍ସ (ପ୍ରୋହିବିସନ ଅଫ୍ ଅନ୍ଲଫୁଲ୍ ଆକ୍ଟିଭିଟିଜ୍) ଆମେଣ୍ଡମେଣ୍ଟ ବିଲ୍ ୨୦୨୨ ରାଜ୍ୟସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ଏହି ବିଲ୍ ଗତ ଏପ୍ରିଲ ମାସରେ ଲୋକସଭାରେ ଗୃହୀତ ହୋଇସାରିଛି।
ଗଣଧ୍ବଂସୀ ଅସ୍ତ୍ର ପାଇଁ ପାଣ୍ଠି ଯୋଗାଣକୁ ନିଷିଦ୍ଧ କରିବା ଲାଗି ସଂସଦରେ ବିଲ୍ ପାସ୍
![Image Courtesy of Zee News](https://img-cdn.thepublive.com/fit-in/1280x720/filters:format(webp)/sambad/media/post_attachments/wp-content/uploads/2021/12/parliament.jpg)