ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍ ଆମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ। ଫଳରେ ଉକ୍ତ ସାଂସଦ ଜଣକ ବାଲେଶ୍ବରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦେହରେ ପିଟି ହୋଇଯିବାରୁ ତଳେ ପଡ଼ି ନନାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଛି।
ତେବେ ଏନେଇ ରାହୁଲ କହିଛନ୍ତି କି ‘‘ବିଜେପି ସାଂସଦମାନେ ତାଙ୍କ ରାସ୍ତା ଅବରୋଧ କରୁଥିବା ଦ୍ୱାର ନିକଟରେ ଛିଡା ହୋଇଥିଲେ। ସେମାନେ ମୋତେ ଠେଲିଦେବା ସହ ଧମକାଉଥିଲେ ମଧ୍ୟ।’’ ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ।
ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି ଘଟଣା ଉପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ଗାନ୍ଧୀ ଗୁଣ୍ଡା ପରି ଆସିଲେ । ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/19/D0fJ7CHZNQiJvYJgPAxZ.jpg)