ନୂଆଦିଲ୍ଲୀ : ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ବୁଧବାର ସଂସଦର ଉଭୟ ସଦନକୁ ଏପ୍ରିଲ ୨ ତାରିଖ ଯାଏ ମୁଲତବି ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖ ଦିନ ୧୧ଟାବେଳେ ପୁଣି ସଂସଦ ଅଧିବେଶନ ଆରମ୍ଭ ହେବ।

Advertisment

ଆଜି ବିରୋଧୀ ସାଂସଦମାନେ ଆଦାନି-ହିଣ୍ଡେନବର୍ଗ ମାମଲାରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ସ୍ଲୋଗାନମାନ ଦେଇଥିଲେ। ତେଣୁ ଦିନ ୧୧ଟ‌ାରେ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇ ମୁଲତବି ହେବା ପରେ ପୁଣି ଦିନ ୧୨ଟାରେ ଆରମ୍ଭ ହୋଇଥିଲା। ସେହିପରି ରାଜ୍ୟସଭା ମୁଲତବି ‌ହେବା ପରେ ଦିନ ୨ଟାବେଳେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ଏପ୍ରିଲ ୨ ତାରିଖ ଯାଏ ଉଭୟ ସଦନକୁ ମୁଲତବି ଘୋଷଣା କରାଯାଇଥିଲା।

ଏହା ପୂର୍ବରୁ ବିରୋଧୀ ଦଳ ନେତାମାନେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିଥିଲେ। ଏଥିରେ ଡିଏମ୍‌କେ, ସମାଜବାଦୀ ପାର୍ଟି, ଜେଡିୟୁ, ବିଆର୍‌ଏସ୍, ସିପିଆଇ(ଏମ୍‌), ଏନ୍‌ସିପି, ସିପିଆଇ, ଆଇୟୁଏମ୍‌ଆଇ ଓ ତୃଣମୂଳ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ।