ଲକ୍‌ଡାଉନ୍ ଉଠିବା ପରେ କାମ ଆରମ୍ଭ କରିବ ପାର୍ଲାମେଣ୍ଟ୍‌, ଜୁନ୍ ୩ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ପାନେଲ୍ ବୈଠକ‌ ପରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି ପାର୍ଲାମେଣ୍ଟ୍। ଦୁଇ ମାସରୁ ଅଧିକ କାଳ ଲକ୍‌ଡାଉନ୍ ବଳବତ୍ତର ରହିବା ପରେ ପ୍ରଥମ ଥର ଲାଗି ସାଂସଦମାନେ ପାର୍ଲାମେଣ୍ଟ୍‌ରେ ଏକତ୍ର ହେବେ।

ଗୃହମନ୍ତ୍ରାଳୟ ସଂକ୍ରାନ୍ତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ କମିଟିର ଜୁନ୍ ୩ ତାରିଖ ଦିନ ପାର୍ଲାମେଣ୍ଟ୍ ହାଉସ୍‌ରେ ଏକତ୍ର ହେବ ଏବଂ ଯୋଗ ଦେଇଥିବା ସଦସ୍ୟମାନଙ୍କ ସହ ଏକ ବୈଠକ ବସିବ। ଏହି ବୈଠକ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ହେବନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ଗୃହ ବ୍ୟାପାର ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଆନନ୍ଦ ଶର୍ମା ଏହି ବୈଠକ ସମ୍ପର୍କରେ ସଦସ୍ୟମାନଙ୍କୁ ଜଣାଇଛନ୍ତି ଏବଂ ସେମାନଙ୍କ ପାଖକୁ ବୈଠକ ପାଇଁ ନିର୍ଦ୍ଧାରିତ ତାରିଖ, ଆଜେଣ୍ଡା ଏବଂ ସମୟ ଆଦି ପଠାଯାଇଛି।

ଏହି ବୈଠକରେ ପରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଥିବା ୩୭ଜଣ ନୂତନ ରାଜ୍ୟସଭା ସଦସ୍ୟଙ୍କୁ ଶପଥ ପାଠ କରାଯିବା ଆଶା କରାଯାଉଛି।

ସମ୍ବନ୍ଧିତ ଖବର