ତେଲ ଟିକସ କମାଇବାକୁ ସଂସଦୀୟ କମିଟିର ପରାମର୍ଶ

ନୂଆଦିଲ୍ଲୀ : ପେଟ୍ରୋଲ, ଡିଜେଲ ଉପରୁ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କୁ ସଂସଦୀୟ ସ୍ଥାୟୀ କମିଟି ପରାମର୍ଶ ଦେଇଛି। ସରକାର ଅଧିକ ଟିକସ ଆଦାୟ କରୁଥିବାରୁ ଏଥିରେ ସଂଶୋଧନ ଆଣନ୍ତୁ ବୋଲି ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ସଂକ୍ରାନ୍ତ ସଂସଦୀୟ କମିଟି କହିଛି। ପେଟ୍ରୋଲିୟ ଉପରୁ ସରକାର ୨୦୧୦-୧୧ରେ ୭୬,୫୪୭ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରିଥିବାବେଳେ ୨୦୧୮-୧୯ରେ ୨,୨୯,୨୪୭ କୋଟି ଆଦାୟ କରିଛନ୍ତି। ସେହିଭଳି ୨୦୧୦-୧୧ରେ ସୀମା ଶୁଳ୍କ ବାବଦରେ ୨୬,୨୮୨ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୮-୧୯ରେ ଏହା ୩୯୧୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ ଏମପି ସୁଦୀପ ବନ୍ଦୋପାଧ୍ୟାୟ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟି ପକ୍ଷରୁ ଗତ ସପ୍ତାହରେ ସଂସଦରେ ଏହି ରିପୋର୍ଟ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର