ଫେସ୍‌ବୁକ୍‌, ଟ୍ବିଟର୍‌ ଅଧିକାରୀଙ୍କୁ ସଂସଦୀୟ କମିଟିର ଜେରା

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଏବଂ ଟ୍ବିଟର୍‌ ଅଧିକାରୀଙ୍କୁ ଆଜି ଏକ ସଂସଦୀୟ କମିଟି ଜେରା କରିଛନ୍ତି। ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌କୁ ବ୍ଳକ୍‌ କରିଥିବାରୁ ଏ ବାବଦରେ ଟ୍ବିଟର୍‌କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରାଯାଇଥିଲା। ଭାରତରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମର ସୁରକ୍ଷିତ ବ୍ୟବହାର, ମହିଳାଙ୍କ ନିରାପତ୍ତା ଏବଂ ଡିଜିଟାଲ୍‌ ସ୍ପେସ୍‌ ବାବଦରେ ଉଭୟ ସଂସ୍ଥାକୁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର