ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ/ଅନ୍ଲାଇନ୍ ନିଉଜ୍ ପ୍ଲାଟ୍ଫର୍ମର ଅପବ୍ୟବହାର ରୋକିବା ସଂକ୍ରାନ୍ତରେ ପଚରାଉଚୁରା କରିବା ନିମନ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସଂସଦୀୟ କମିଟି ଫେସ୍ବୁକ୍ ଓ ଟୁଇଟର୍ ଅଧିକାରୀମାନଙ୍କୁ ଜାନୁଆରି ୨୧ ତାରିଖ ଦିନ ହାଜର ହେବାକୁ ସମନ୍ ଦେଇଛି।
ଜାନୁଆରି ୨୧ ତାରିଖରେ ହେବାପାଇଁ ନିର୍ଦ୍ଧାରିତ ଏହି ବୈଠକ ସଂକ୍ରାନ୍ତରେ ଲୋକସଭା େଓ୍ଵବ୍ସାଇଟ୍ରେ ଉଲ୍ଲେଖ ଅଛି ଯେ, ନାଗରିକମାନଙ୍କ ଅଧିକାର ସୁରକ୍ଷା, ସାମାଜିକ ଗଣମାଧ୍ୟମ ଏବଂ ନିଉଜ୍ ମିଡିଆ ପ୍ଲାଟ୍ଫର୍ମର ଅପବ୍ୟବହାର ବିଷୟରେ ଆଲୋଚନା ହେବ। ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ପ୍ରତିନିଧିମାନଙ୍କ ପ୍ରମାଣ ଏବଂ ସେ ସବୁ ଉପରେ ଫେସ୍ବୁକ୍ ଓ ଟୁଇଟର୍ର ପ୍ରତିନିଧିମାନଙ୍କ ମତାମତ ମଧ୍ୟ ଶୁଣାଯିବ। ଡିଜିଟାଲ୍ କ୍ଷେତ୍ରରେ ବିଶେଷକରି ମହିଳାଙ୍କ ନିରାପତ୍ତାକୁ ଏହି ଆଲୋଚନାରେ ପ୍ରାଧାନ୍ୟ ଦିଆଯିବ।
Image Courtesy of Zee Newsଏହି କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର। ଗତବର୍ଷ ସେପ୍ଟେମ୍ବର ମାସରେ ଏହି କମିଟି ଗଠନ କରାଯାଇଥିଲା।
ପୂର୍ବରୁ ମଧ୍ୟ ଏହି କମିଟି ରାଜନୈତିକ ପକ୍ଷପାତିତା ବିବାଦ ବିଷୟରେ ଆଲୋଚନା ପାଇଁ ଫେସ୍ବୁକ୍ର ଭାରତୀୟ ମୁଖ୍ୟ ଅଜିତ୍ ମୋହନଙ୍କୁ ସମନ୍ ଜାରି କରିଥିଲା।
ନିକଟ ଅତୀତରେ ହ୍ଵାଟସ୍ଆପ୍ ଗୋପନୀୟତା ନୀତିରେ ହୋଇଥିବା ପରିବର୍ତ୍ତନ ପାଇଁ ବିବାଦ ଚାଲିଥିବା ବେଳେ ଏହି ସମନ୍ ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/ft.jpg)