ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଲା ସଂସଦର ପ୍ରତିରକ୍ଷା ସ୍ଥାୟୀ କମିଟି

ନୂଆଦିଲ୍ଲୀ: ପ୍ରତିରକ୍ଷା ସଂସଦର ସ୍ଥାୟୀ କମିଟି ପୂର୍ବ ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଏବଂ ଚୀନ୍ ସୈନ୍ୟ ମଧ୍ୟରେ ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦରେ ୧୦ମାସ ଧରି ଚାଲିଆସୁଥିବା ବିବାଦର ଅନ୍ତ ଘଟିଥିବା ବେଳେ ସ୍ଥାୟୀ କମିଟିର ପରିଦର୍ଶନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ଜଣିଆ କମିଟି ମେ’ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ମାସରେ ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଥିବା ଜଣାପଡ଼ିଛି। ୩୦ଜଣିଆ କମିଟିରେ ରାହୁଲ ଗାନ୍ଧୀ ମଧ୍ୟ ରହିଛନ୍ତି। ତେବେ ଲଦାଖ ଅଞ୍ଚଳ ପରିଦର୍ଶନ କରିବାର ନିଷ୍ପତ୍ତି ନେଇଥିବା ପ୍ୟାନେଲର ଶେଷ ବୈଠକରେ ରାହୁଲ ଗାନ୍ଧୀ ଉପସ୍ଥିତ ନ ଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ୟାନେଲ ବାସ୍ତବ ନିୟନ୍ତ୍ରଣ ରେଖା ପରିଦର୍ଶନ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ହିଁ ସେମାନେ ସେଠାକୁ ଯାଇପାରିବେ।

Image result for Parliamentary panel on defence decides to visit Galwan Valley, Pangong lake in eastern Ladakh
Sangbad Pratidin

ଉଲ୍ଲେଖଯୋଗ୍ୟ, ଗତ ଜୁନ ମାସରେ ଗଲୱାନ ଘାଟିରେ ଭାରତ-ଚୀନ ସୀମା ମଧ୍ୟରେ ହୋଇଥିବା ସଂଘର୍ଷ ଦୁଇ ଦେଶର ସଂପର୍କକୁ ଶେଷ କରିଥିଲା। ଭାରତ-ଚୀନ ଏଲଏସିରେ ସେନା ମୁତୟନ କରିବା ଆରମ୍ଭ କରିବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ସମସ୍ୟାର ସମାଧାନ ପାଇଁ ହୋଇଥିବା କମାଣ୍ଡର ସ୍ତରୀୟ ବୈଠକ ପରେ ଆଜି ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ସୁୁଧାର ଆସିବାରେ ଲାଗିଛି। ପାଙ୍ଗୋଙ୍ଗ ହ୍ରଦରୁ ଭାରତ-ଚୀନ ସୈନ୍ୟ ପ୍ରତ୍ୟାହାର କରିବା ସହ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ସାରିଛି।

ସମ୍ବନ୍ଧିତ ଖବର