ଜୁନ ୧୮ ତାରିଖରେ ସଂସଦୀୟ ସମିତି ପାଖରେ ଉପସ୍ଥିତ ହେବେ ଟ୍ୱିଟର ଅଧିକାରୀ, ନୂଆ ଆଇଟି ନିୟମକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ସଂସଦୀୟ ସ୍ଥାୟୀ କମିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିକାରୀଙ୍କୁ ଜୁନ ୧୮ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି । ନୂଆ ଆଇଟି ଆଇନକୁ ନେଇ ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏଭଳି ନୋଟିସ୍ କରାଯାଇଛି ।

ସଂସଦୀୟ ପ୍ୟାନେଲ ଟୁଇଟରକୁ ଜୁନ୍ ୧୮ରେ ସଂଧ୍ୟା ୪ଟା ସମୟରେ ସଂସଦ କମ୍ପ୍ଲେକ୍ସରେ ହାଜର ହେବାକୁ କହିବା ସହ ସୋସିଆଲ ମିଡିଆ ତଥା ଅନଲାଇନ୍ ନିଉଜର ଅପବ୍ୟବହାରକୁ କିପରି ରୋକାଯାଇପାରିବ ସେ ସମ୍ବନ୍ଧରେ ଉତ୍ତର ରଖିବାକୁ କହିଛନ୍ତି | କିଛି ଦିନ ତଳେ ନୂତନ ଆଇଟି ନିୟମ ମାନିବା ପାଇଁ କେନ୍ଦ୍ର ଟ୍ୱିଟରକୁ ଚୂଡ଼ାନ୍ତ ବିଜ୍ଞପ୍ତି ଦେଇଥିଲା ।

ହେଲେ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ଚିଠି ପଠାଯିବ ସତ୍ୱେ ଟ୍ୱିଟର ପର୍ଯ୍ୟାପ୍ତ ସ୍ପଷ୍ଟୀକରଣ ପ୍ରଦାନ କରିବାରେ ବିଫଳ ହୋଇଥିଲା | ଏହା ପରେ ମନ୍ତ୍ରାଳୟ ପକ୍ଷରୁ ଜୁନ୍ ୧୮ରେ ସଂଧ୍ୟା ୪ଟା ସମୟରେ ସଂସଦ କମ୍ପ୍ଲେକ୍ସରେ ହାଜର ହେବାକୁ ଟୁଇଟରକୁ କୁହାଯାଇଥିବା କହିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବରଲ ପାଇଁ ଗୋଷ୍ଠୀ ସଂଯୋଜକ ଥିବା ରାକେଶ ମହେଶ୍ୱରୀ |

ସମ୍ବନ୍ଧିତ ଖବର