ଜୁଲାଇ ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବ। । ଏହା ଅଗଷ୍ଟ ମାସ ୧୦ ତାରିଖ ଯାଏ ଚାଲିବ।ଏହି ଅବସରରେ ୧୮ଟି କାର୍ଯ୍ୟଦିବସ ରହିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଏପ୍ରିିଲ ମାସରେ ସଂସଦର ବଜେଟ୍‌ ଅଧିବେଶନ ବିରୋଧୀଙ୍କ ବିରୋଧ ଯୋର୍ଗୁ ସମ୍ପୂର୍ଣ୍ଣ ଧୋଇ ହୋଇ ହୋଇଯାଇଥିଲା। ବଜେଟ୍‌ ଅଧିବେଶନ ପାଇଁ ଲୋକସଭାରେ ସ୍ଥିର ହୋଇଥିବ ସମୟର ମାତ୍ର ୧ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ୬ ପ୍ରତିଶତ ସମୟ କାର୍ଯ୍ୟ ହୋଇଥିଲା। ଏହି ଅଧିବେଶନରେ ମୋଟ୍‌ ୨୫୦ ଘଣ୍ଟାର କାର୍ଯ୍ୟକାଳ ନଷ୍ଟ ହୋଇଯାଇଥିଲା।ତେଣୁ ୨୦୦୦ ମସିହାରୁ ଗତ ବଜେଟ୍‌ ଅଧିବେଶନରେ ସବୁଠାରୁ କମ୍‌ ସମୟ କାର୍ଯ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର