ନୂଆଦିଲ୍ଲୀ:ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟ ବଢ଼ାଇ ଚାଲିଥିବା ଜଣାପଡ଼ିଛି। ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ଏସ୍ଆଇପିଆର୍ଆଇ) ପକ୍ଷରୁ ପ୍ରକାଶିତ ହୋଇଥିବା ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଇନ୍ଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ, ୨୦୧୮ ରୁ ୨୦୧୯ ମଧ୍ୟରେ ପାକିସ୍ତାନ ଓ ଚୀନ ସେମାନଙ୍କ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। କିନ୍ତୁ ଭାରତ ଏହି କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିଛି। ଅଧୁନା ପାକିସ୍ତାନର ଅସ୍ତ୍ର ଭଣ୍ଡାରରେ ୧୫୦-୧୬୦ଟି ପରମାଣୁ ବୋମା ଥିବା ବେଳେ ଚୀନ ନିକଟରେ ୨୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ତେବେ ଭାରତ ପାଖରେ ୧୩୦-୧୪୦ଟି ପରମାଣୁ ବୋମା ରହିଛି, ଯାହାକି ଗତ ବର୍ଷର ବୋମା ସଂଖ୍ୟା ସହ ସମାନ। ୨୦୧୯ ମସିହା ପ୍ରାରମ୍ଭରେ ଚୀନ ପାଖରେ ୨୮୦ଟି ପରମାଣୁ ବୋମା ଥିବା ବେଳେ ଏବେ ଏହା ୨୯୦କୁ ବୃଦ୍ଧି ପାଇଛି। ସେହିପରି ପାକିସ୍ତାନ ଏହାର ଅସ୍ତ୍ର ଭଣ୍ଡାରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟା ୧୪୦-୧୫୦ ରୁ ୧୫୦-୧୬୦କୁ ବଢାଇଛି। ଇସ୍ରାଏଲ୍ ପରମାଣୁ ବୋମା ସଂଖ୍ୟା ୮୦ରୁ ୯୦କୁ ବଢାଇଛି।
ପରମାଣୁ ବୋମା ସଂଖ୍ୟା ବଢ଼ାଉଛନ୍ତି ପାକିସ୍ତାନ, ଚୀନ୍
/sambad/media/post_attachments/wp-content/uploads/2019/06/download-1-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)