ପାନାଜୀ : ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପାନାଜୀ ଆସନରୁ ହାରି ଯାଇଛନ୍ତି। ବିଜେପି ନେତା ଆଟାନାସିଓ ମନସେରେଟ୍ ପାରିକରଙ୍କୁ ୭୧୬ ଭୋଟ୍ରେ ହରାଇଛନ୍ତି। ପାନାଜୀରୁ ଉତ୍ପଳ ପାରିକରଙ୍କୁ ବିଜେପି ଟିକେଟ୍ ନଦେବାରୁ ଉତ୍ପଳ ପାରିକର ଉକ୍ତ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଆପ୍ ଓ ଅନ୍ୟ ଦଳମାନେ ଉତ୍ପଳଙ୍କୁ ପ୍ରାର୍ଥୀ କରିବା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଉତ୍ପଳ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ସମର୍ଥନ କରି ଶିବସେନା ପ୍ରାର୍ଥୀ ଦେଇନଥିଲା। ଇସି ୱେବସାଇଟ୍ ତଥ୍ୟ ଅନୁଯାୟୀ ଆଟାନାସିଓ ୬,୭୮୭ ଭୋଟ୍ ପାଇଥିବାବେଳେ ଉତ୍ପଳ ପାରିକର ୬,୦୭୧ ଭୋଟ୍ ପାଇଛନ୍ତି। ତେବେ ଉତ୍ପଳ ପାରିକରଙ୍କୁ ହରାଇଥିବା ବିଜେପି ପ୍ରାର୍ଥୀ ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି। ମନସେରେଟ୍ କହିଛନ୍ତି, ସେ ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି। ଅଧିକାଂଶ ବିଜେପି ସମର୍ଥକ ତାଙ୍କୁ ଭୋଟ୍ ଦେଇନାହାନ୍ତି ବୋଲି ସେ କହିଛନ୍ତି। ବିଜେପି ସମର୍ଥକମାନଙ୍କ ଅନୁକମ୍ପା ଭୋଟ୍ ଉତ୍ପଳଙ୍କୁ ମିଳିବାରୁ ତାଙ୍କର ଭୋଟ୍ ବ୍ୟବଧାନ ଯଥେଷ୍ଟ କମିଯାଇଥିବା ସେ କହିଛନ୍ତି।
ଗୋଆରେ ହାରିଲେ ପାରିକରଙ୍କ ପୁଅ
/sambad/media/post_attachments/wp-content/uploads/2022/03/d64g65gg132321gdgdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)