କୋଲକାତା : ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନକୁ ପୁଣି ପ୍ରତ୍ୟାଖ୍ୟାନ କରାଯାଇଛି। ଆଲିପୁରର ଏକ ସ୍ୱତନ୍ତ୍ର ଅଦାଲତ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ଟିଏମ୍ସି ନେତା ତଥା ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀଙ୍କ ଜେଲ ହେପାଜତକୁ ନଭେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଦୂର୍ନୀତିର ଅନ୍ୟ ଅଭିଯୁକ୍ତ ସୁବିରେଶ ଭଟ୍ଟାଚାର୍ଯ୍ୟ, କଲ୍ୟାଣମୟ ଗାଙ୍ଗୁଲି, ଶାନ୍ତିପ୍ରସାଦ ସିହ୍ନା, ଅଶୋକ ସାହା ଏବଂ ଦୁଇ ମଧ୍ୟସ୍ଥି ପ୍ରସନ୍ନ ଏବଂ ପ୍ରଦୀପଙ୍କୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଜେଲରେ ରଖାଯିବ ବୋଲି ଅଦାଲତ କହିଛନ୍ତି। ପାର୍ଥ ଆଜି କୋର୍ଟରେ ହାଜର ହୋଇଥିଲେ।
ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପାର୍ଥ ଚାଟାର୍ଜୀଙ୍କ ଜେଲ ହେପାଜତ ୨୮ ପର୍ଯ୍ୟନ୍ତ ବୃଦ୍ଧି
/sambad/media/post_attachments/wp-content/uploads/2018/01/partha-chatterjee-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)