ଗିରଫ ପୂର୍ବରୁ ଦୁଇଟି ବିଳାସପୂର୍ଣ୍ଣ କାର୍ ବୁକ୍ କରିଥିଲେ ପାର୍ଥ

କୋଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପାର୍ଥ ଚାଟାର୍ଜୀ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ନାମୀ ଦାମୀ କାର୍‌ ଉପହାର ଦେଇଥିଲେ। କିନ୍ତୁ ସେହି କାର୍‌ଗୁଡ଼ିକ ବର୍ତ୍ତମାନ ଅର୍ପିତାଙ୍କ ଦକ୍ଷିଣ କୋଲକାତାସ୍ଥିତ ପାର୍କିଂ ସ୍ଥଳରୁ କୁଆଡ଼େ ଉଭାନ ହୋଇଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ପାଇଁ ଆଉ ଦୁଇଟି ବିଳାସପୂର୍ଣ୍ଣ କାର୍ ବୁକ୍ କରିଥିଲେ ଏବଂ ଏଥିପାଇଁ ଅଗ୍ରିମ ବି ପୈଠ କରିଥିଲେ। ଏହି ଟଙ୍କା ଦୁଇଟି ସେଲ୍ କମ୍ପାନି (କେବଳ କାଗଜପତ୍ରରେ ଚାଲୁଥିବା କମ୍ପାନି) ଜରିଆରେ ପୈଠ କରାଯାଇଥିଲା। କିନ୍ତୁ ଗାଡ଼ିଦୁଇଟି ସେମାନେ ଆଣିବା ପୂର୍ବରୁ ଦୁର୍ଯୋଗକୁ ଗିରଫ ହୋଇଗଲେ।

ପୂର୍ବରୁ ଅର୍ପିତାଙ୍କର ଗୋଟିଏ ମର୍ସିଡିଜ୍ ଓ ଗୋଟିଏ ମିନି କୁପର କାର୍ ଥିଲା। ମନ୍ତ୍ରୀଙ୍କ ସହ ସେ ଏହି କାର୍‌ଗୁଡ଼ିକରେ ବୁଲିବାକୁ ଯାଉଥିଲେ। ଏହି ଦୁଇଟି ଗାଡ଼ିରେ ସେମାନେ ପାର୍ଟିରେ ଯୋଗ ଦେବାକୁ ଯାଆନ୍ତି। ଏଥିରୁ ଗୋଟିଏ ଗାଡ଼ି ପାର୍ଥ ଅର୍ପିତାଙ୍କୁ ଉପହାର ଦେଇଥିଲେ। ଅର୍ପିତାଙ୍କୁ ଅନ୍ୟ ଗାଡ଼ିଟି କିଣିବାକୁ ମଧ୍ୟ ପାର୍ଥ ଅର୍ଥ ଯୋଗାଇଥିବା ବିଶ୍ବାସ କରାଯାଉଛି। ତେବେ ଗାଏବ ହୋଇଯାଇଥିବା ଗାଡ଼ିଗୁଡ଼ିକ ସଂପର୍କରେ ଆଜି ସୁଦ୍ଧା କୌଣସି ସୁରାକ୍‌ ମିଳିନଥିବା ବିସ୍ମୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର