ପାର୍ଥ-ଅର୍ପିତାଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି: ଏକାଠି ଫାର୍ମହାଉସ କିଣିଥିଲେ

‘ନଗଦ ରାଣୀ’ ଅର୍ପିତାଙ୍କ ସମ୍ପତ୍ତି ଦେଖି ରାଜ୍ୟବାସୀ ତାଜୁବ

ନୂଆଦିଲ୍ଲୀ : ଗିରଫ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ମିଳିତ ଭାବେ ଶାନ୍ତିନିକେତନରେ ଏକ ସମ୍ପତ୍ତି କିଣିଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ୨ ଅଭିଯୁକ୍ତ ୨୦୧୨ରେ ୨୦ ଲକ୍ଷ ଟଙ୍କା ବିନିମୟ‌ରେ ଏକ ଫାର୍ମହାଉସ କିଣିଥିଲେ। ଉଭୟଙ୍କ ନାଁରେ ଏହି ଫାର୍ମହାଉସ ଥିବା ବେଳେ ସେମାନଙ୍କ ନାମର ପ୍ରଥମ ଅକ୍ଷର ଆଧାରରେ ଏହି ଫାର୍ମ ହାଉସ୍‌ର ନାମ ‘ଅପା’ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଏବଂ ଅର୍ପିତା ଗିରଫ ହେବା ପରଠାରୁ ତାଙ୍କର ଗୋଟିଏ ପରେ ଗୋଟିଏ କଳା କାରନାମାର ପର୍ଦ୍ଦାଫାସ ହେଉଛି। ଆଜି ପୁଣି ଇଡି ପକ୍ଷରୁ ଅର୍ପିତାଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ୍‌କୁ ଅଚଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୩ ବ୍ୟାଙ୍କ ଆକାଉଣ୍ଟ୍‌ରେ ପ୍ରାୟ ୨ କୋଟି ଅଛି। ମୁଖାର୍ଜୀଙ୍କ ବିଭିନ୍ନ ‘ସେଲ୍‌ କମ୍ପାନି’ର ବ୍ୟାଙ୍କ ଆକାଉଣ୍ଟ୍‌ ମଧ୍ୟ ଇଡି ସ୍କାନରରେ ଅଛି। ଜଣେ ଇଡି ଅଧିକାରୀ କହିଛନ୍ତି, ଅର୍ପିତା ମୁଖାର୍ଜୀଙ୍କୁ ଜେରା ଜାରି ରହିବ। ମୁଖାର୍ଜୀଙ୍କର ୨ଟି ଫ୍ଲାଟରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ମୁଖାର୍ଜୀଙ୍କର ଅନ୍ୟ କେଉଁଠାରେ କ’ଣ ସମ୍ପତ୍ତି ଅଛି ତାହା ଜାଣିବାପାଇଁ ଇଡି ତାଙ୍କୁ ଜେରା ଜାରି ରଖିଛି। ଉଭୟ ପାର୍ଥ ଏବଂ ଅର୍ପିତା ଜୁଲାଇ ୨୩ରେ ଗିରଫ ହୋଇଥିଲେ।

ଏକାଠି ଫାର୍ମହାଉସ କିଣିଥିଲେ
ନୂଆଦିଲ୍ଲୀ: ଗିରଫ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ମିଳିତ ଭାବେ ଶାନ୍ତିନିକେତନରେ ଏକ ସମ୍ପତ୍ତି କିଣିଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ୨ ଅଭିଯୁକ୍ତ ୨୦୧୨ରେ ୨୦ ଲକ୍ଷ ଟଙ୍କା ବିନିମୟ‌ରେ ଏକ ଫାର୍ମହାଉସ କିଣିଥିଲେ। ଉଭୟଙ୍କ ନାଁରେ ଏହି ଫାର୍ମହାଉସ ଥିବା ବେଳେ ସେମାନଙ୍କ ନାମର ପ୍ରଥମ ଅକ୍ଷର ଆଧାରରେ ଏହି ଫାର୍ମ ହାଉସ୍‌ର ନାମ ‘ଅପା’ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଏବଂ ଅର୍ପିତା ଗିରଫ ହେବା ପରଠାରୁ ତାଙ୍କର ଗୋଟିଏ ପରେ ଗୋଟିଏ କଳା କାରନାମାର ପର୍ଦ୍ଦାଫାସ ହେଉଛି। ଆଜି ପୁଣି ଇଡି ପକ୍ଷରୁ ଅର୍ପିତାଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ୍‌କୁ ଅଚଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୩ ବ୍ୟାଙ୍କ ଆକାଉଣ୍ଟ୍‌ରେ ପ୍ରାୟ ୨ କୋଟି ଅଛି। ମୁଖାର୍ଜୀଙ୍କ ବିଭିନ୍ନ ‘ସେଲ୍‌ କମ୍ପାନି’ର ବ୍ୟାଙ୍କ ଆକାଉଣ୍ଟ୍‌ ମଧ୍ୟ ଇଡି ସ୍କାନରରେ ଅଛି। ଜଣେ ଇଡି ଅଧିକାରୀ କହିଛନ୍ତି, ଅର୍ପିତା ମୁଖାର୍ଜୀଙ୍କୁ ଜେରା ଜାରି ରହିବ। ମୁଖାର୍ଜୀଙ୍କର ୨ଟି ଫ୍ଲାଟରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ମୁଖାର୍ଜୀଙ୍କର ଅନ୍ୟ କେଉଁଠାରେ କ’ଣ ସମ୍ପତ୍ତି ଅଛି ତାହା ଜାଣିବାପାଇଁ ଇଡି ତାଙ୍କୁ ଜେରା ଜାରି ରଖିଛି। ଉଭୟ ପାର୍ଥ ଏବଂ ଅର୍ପିତା ଜୁଲାଇ ୨୩ରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର