ବିଜେପିରେ ଯୋଗ ଦେବାକୁ ମନା କରିବାରୁ ପାର୍ଥ ଚାଟାର୍ଜୀଙ୍କୁ ଇଡି ଜାଲରେ ଫସାଗଲା: କୋଲକାତା ମେୟର

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଇଡି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ଇଡି। ତେବେ ଏଭଳି ହଠାତ୍ ଇଡିର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିକୁ ଦାୟୀ କରିଛନ୍ତି କୋଲକାତା ମେୟର ଫିରହଦ ହକିମ୍।

ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ଇଡି ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କାରଣ ସେ ବିଜେପିରେ ଯୋଗ ଦେବାକୁ ମନା କରି ଟିଏମସିରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଏଭଳି ନିଷ୍ପତ୍ତି ପାଇଁ ବିଜେପି ତାଙ୍କୁ ଏଭଳି ଇଡି ଜାଲରେ ଫସାଇଛି। ଆମେ ପୁଣିଥରେ କହୁଛୁ ଯେ, ଯଦି ଆଇନ୍ ସେ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଟିଏମସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ଆର୍ପିତା ମୁଖାର୍ଜୀଙ୍କ ସହିତ ଟିଏମସିର କୌଣସି ସମ୍ପର୍କ ନାହିଁ।

ପାର୍ଥଙ୍କର ଅନ୍ୟତମ ସହକାରୀ ବୋଲି କୁହାଯାଇ ଅର୍ପିତା ମୁଖାର୍ଜୀଙ୍କ ହରିଦେବପୁର ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨୧ କୋଟି ଟଙ୍କା ଓ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଏହା ସହ ଆସାନ୍‌ସୋଲ୍‌ସ୍ଥିତ ‘କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିଶ୍ବବିଦ୍ୟାଳୟ’ର ବଙ୍ଗଳା ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ମୋନାଲିସା ଦାସଙ୍କ ନାମରେ ଅନ୍ୟୂନ ୧୦ଟି ଫ୍ଲାଟ୍‌ ଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଥିଲା। ଅର୍ପିତା ଏବଂ ମୋନାଲିସା କିଭଳି ବିପୁଳ ପରିମାଣର ଧନସମ୍ପତ୍ତିର ଅଧିକାରିଣୀ ହେଲେ ଓ ସେଥିରେ ପାର୍ଥଙ୍କର ଭୂମିକା ଅଛି କି, ନାହିଁ, ସେ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିବାକୁ ଉଦ୍ୟମ କରୁଥିବା ବେଳେ ଆଜି ଅର୍ପିତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର