ଆଜି ରାତିରେ ଏମ୍ସରେ ରହିବେ ପାର୍ଥ

ଭୁବନେଶ୍ବର : କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆଜି ରାତିରେ ଭୁବନେଶ୍ବର ଏମ୍ସରେ ରହିବେ । ଏ ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା କାଲି ସକାଳେ ତାଙ୍କୁ କୋଲକତା ନିଆଯିବ । ଶରୀର ଅସୁସ୍ଥ ହେବାରୁ କୋର୍ଟଙ୍କ ଅନୁମତି ନେଇ ତାଙ୍କୁ ଆଜି ଭୁବନେଶ୍ବର ଏମ୍ସ ଅଣାଯାଇଥିଲା । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସେପରି କୌଣସି ସମସ୍ୟା ନାହିଁ ବୋଲି ଏଏମ୍ସ ପକ୍ଷରୁ ଆଜି କୁହାଯିବା ସହ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ଗତ ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା ।

ଏହି ଟଙ୍କା ପାର୍ଥଙ୍କର ବୋଲି ଆଜି ଅର୍ପିତା ସ୍ବୀକାର କରିବା ପରେ ପାର୍ଥଙ୍କ ସମସ୍ୟା ଆହୁରି ବଢିଯାଇଛି ।

ସମ୍ବନ୍ଧିତ ଖବର