ପାର୍ଥ ଚାଟାର୍ଜୀ ଥିଲେ ‘କ୍ୟାନସର’, ଏଣୁ ତାଙ୍କୁ ଦଳରୁ କାଟି ଦିଆଗଲା : ଟିଏମସି ନେତା

କୋଲକାତା : ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଥିଲେ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ କ୍ୟାନସର । ଏଣୁ ତାଙ୍କୁ କାଟି ଦିଆଗଲା (ଦଳର ବିଦା କରିଦିଆଗଲା ) । ଏପରି କଥା କହିଛନ୍ତି ଟିଏମସି ନେତା ତଥା ନ୍ୟୁ ବାରାକପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପ୍ରବୀର ଶାହା ।

ବାରାକପୁରଠାରୁ ଅନୁଷ୍ଠିତ ଏକ ଜନସଭାରେ ଭାଷଣ ଦେଉଥିବାବେଳେ ପ୍ରବୀର ଶାହା ଏକଥା କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ସେ କହୁଛନ୍ତି, ପାର୍ଥ ଚାଟାର୍ଜୀ ଟିଏମସି ପାଇଁ କ୍ୟାନସର ହୋଇଯାଇଥିଲେ । ଏଣୁ ତାଙ୍କୁ ଦଳରୁ କାଟି ଦିଆଗଲା । ଯେତେବେଳେ ଶରୀରରେ କ୍ୟାନସର ହୋଇଥାଏ, ଉକ୍ତ ଅଂଗକୁ କାଟି ଦିଆଯାଏ । ପାର୍ଥ ଦୁର୍ନୀତିରେ ଲିପ୍ତ ଥିଲେ, ଏଣୁ ତାଙ୍କୁ ଦଳରୁ ବାହାର କରିଦିଆଗଲା ।“

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଇଡି ଗତ ମାସରେ ପାର୍ଥଙ୍କୁ ଗିରଫ କରିଥିଲା । ଏହା ସହିତ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କୁ ବି ଗିରଫ କରାଯାଇଥିଲା । ଅର୍ପିତାଙ୍କ ଘରୁ ଖାନତଲାସୀ ବେଳେ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ଗହଣ ଜବତ ହୋଇଥିଲା । ବିଡ଼ା ବିଡ଼ା ଟଙ୍କା ଜବତ ହେଉଥିବାର ଫଟୋ ଗଣମାଧ୍ୟମରେ ବାହାରିବା ପରେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲା । ପାର୍ଥ ଗିରଫ ହେବାପରେ ତାଙ୍କୁ  ପ୍ରଥମେ ମନ୍ତ୍ରୀପଦରୁ ଓ ପରେ ତୃଣମୂଳ କଂଗ୍ରେସ ଦଳରୁ ବିଦା କରିଦିଆଯାଇଥିଲା ।

 

 

ସମ୍ବନ୍ଧିତ ଖବର