ଆସନ୍ତାକାଲି ସକାଳ ୮.୨୦ରୁ ୧୧ଟା ୨୮ ମଧ୍ୟରେ ଭୁବନେଶ୍ବରରେ ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ବର: ଆସନ୍ତାକାଲି ସକାଳ ୮.୨୦ରୁ ୧୧ଟା ୨୮ ମଧ୍ୟରେ ଭୁବନେଶ୍ବରରେ ସୂର୍ଯ୍ୟୋପରାଗ ସଂଗଠିତ ହେବ। ପାଣିପାଗ ବିଭାଗ ପକ୍ଷରୁ ବୁଧବାର ମିଳିଥିବା ସୂଚନା ମୁତାବକ ଗୁରୁବାର ୮.୨୦ରୁ ସ୍ପର୍ଶ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ।

ତେବେ ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ। ଏହି ସମୟରେ ସୂର୍ଯ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ।

ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟୋପରାଗ ହେବ ବୋଲି ପୂର୍ବରୁ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା। ସକାଳୁ ସୁର୍ଯ୍ୟୋଦୟ ପରେ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ ।

Daily Express

ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ ବୋଲି ସୂଚନା ଦିଆଯାଇଛି।

ଏଥରର ସୂର୍ଯ୍ୟୋପରାଗ ବିରଳ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ। ପରାଗ ସମୟରେ ସୂର୍ଯ୍ୟେଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ ରହିଛି। ଖାଲି ଆଖିରେ ନଦେଖିବା ପାଇଁ ବୈଜ୍ଞାନିକମାନେ ବାରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ଏକ ବିରଳ ମହାଜାଗତିକ ଦୃଶ୍ୟ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଗତି ଓ ସ୍ଥିତିକୁ ନେଇ ଘଟୁଥିବା ଏହି ମହାକାଶୀୟ ଘଟଣା ପ୍ରତି ବର୍ଷ ଏକ ବା ଏକାଧିକ ବାର ଘଟିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟ ଦେଇ ଗତି କରୁଥାଏ ସେହି ସମୟରେ ସୂର୍ଯ୍ୟୋପରାଗ ହୋଇଥାଏ।

 

ସମ୍ବନ୍ଧିତ ଖବର