ବିଭାଜନ ବିଭୀଷିକା ସ୍ମୃତି ଦିବସ: ଦେଶ ବିଭାଜନ ବେଳେ ଜୀବନ ହରାଇଥିବା ଭାରତୀୟଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟ୍ବିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,- ଆଜି ହେଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଯେଉଁମାନେ ଏହିଦିନ ଜୀବନ ହରାଇଥିଲେ ସେମାନଙ୍କ ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ପୁନଃମିଶ୍ରଣକୁ ଯେଉଁମାନେ ସମର୍ଥନ କରନ୍ତି ସେମାନଙ୍କୁ ପ୍ରଶଂସା କରୁଛି।

୨୦୨୧ ଅଗଷ୍ଟ ୧୪ ତାରିଖରେ ଏହି ଦିବସକୁ ପ୍ରତିବର୍ଷ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ଯେ ବିଭାଜନର ଯନ୍ତ୍ରଣାକୁ ଦେଶ କେବେହେଲେ ଭୁଲିପାରିବ ନାହିଁ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରବିବାର ଟ୍ବିଟ୍ କରି ଲେଖିଛନ୍ତି- ସ୍ବାର୍ଥ-କୈନ୍ଦ୍ରିକ ରାଜନୀତି ଓ ବ୍ୟକ୍ତିଗତ ସ୍ବାର୍ଥ କିପରି ବିଭାଜନ ଓ ଯନ୍ତ୍ରଣାର କାରଣ ହୋଇଥିଲା, ତାହା ଆମେ କଦାପି ଭୁଲିପାରିବୁ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ବିଟ୍ କରି ବିଭାଜନ ସମୟରେ ଜୀବନ ହରାଇଥି‌ବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ରୢାଲିର ଆୟୋଜନ କରିଛନ୍ତି।

ସମ୍ବନ୍ଧିତ ଖବର