ପରମାଣୁ ଯୁଦ୍ଧାସ୍ତ୍ର ଆଣିବାକୁ ଯାଉଥିବା ଜାହାଜରେ କୋକେନ୍‌ ଆଉ ସେକ୍ସ ପାର୍ଟି: ବିଦା ହେଲେ ୯ ଜଣ ବ୍ରିଟିଶ ନୌସେନା କର୍ମଚାରୀ!

ନୂଆଦିଲ୍ଲୀ: ବ୍ରିଟେନର ରୟାଲ୍‌ ନାଭି କର୍ମଚାରୀଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଆମେରିକାରୁ ପରମାଣୁ ଯୁଦ୍ଧାସ୍ତ୍ର ଆଣିବାକୁ ଯାଇଥିବା ଏକ ସବମେରିନରୁ କୋକେନ ଭଳି ନିଶା ସେବନ କରି ଦେହଜୀବୀଙ୍କ ସହ ସଂପର୍କ ରଖିଥିବା ଅବସ୍ଥାରେ ଧରାପଡ଼ିଛନ୍ତି ରୟାଲ୍‌ ନାଭିର କର୍ମଚାରୀ।ଏହାପରେ ସଂପୃକ୍ତ ଥିବା ୯ ଜଣ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଛି।

ଏଚ୍‌ଏମ୍‌ଏସ୍‌ ଭିଜିଲାଣ୍ଟ୍‌ ନାମକ ଏହି ସବମେରିନରେ ଡିୟୁଟି ସମୟ ଭିତରେ ନିଶାଦ୍ରବ୍ୟ ଗ୍ରହଣ କରିବା ନେଇ କଟକଣା ରହିଛି। କେବଳ ସେତିକି ନୁହେଁ, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ସୁଇମିଂ ପୁଲ୍‌ ମଧ୍ୟରେ ଜନୈକା ଦେହଜୀବୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ମଧ୍ୟ ଜାଣିବାକୁ ମିଳିଛି।

ତେବେ ଏଚ୍‌ଏମ୍‌ଏସ୍‌ ଭିଜିଲାଣ୍ଟ୍‌ ପାଇଁ ଏହା କିଛି ନୂଆ କଥା ନୁହେଁ। ପୂର୍ବରୁ ଏଚ୍‌ଏମ୍‌ଏସ୍‌ର କ୍ୟାପ୍‌ଟେନ୍‌ ଜନୈକା ମହିଳା ଯାନ୍ତ୍ରିକ ଅଧିକାରୀଙ୍କ ସହ ଅନୈତିକ ସଂପର୍କ ରଖି ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହିପରି ସେକେଣ୍ଡ୍‌-ଇନ୍‌-କମାଣ୍ଡ୍‌ଙ୍କର ଆଉ ଜଣେ ମହିଳା ଅଧିକାରୀଙ୍କ ସହ ସଂପର୍କ ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ୨ ଜଣକୁ ନିଲମ୍ବିତ କରାଯାଇଥିଲା। ଏପରିକି ୧୦ ପ୍ରତିଶତ କ୍ରୁ ମେମ୍ବର ଏପରି ମାମଲାରେ ନିଲମ୍ବିତ ହୋଇ ସାରିଛନ୍ତି।

ଆମେରିକାରେ ପରମାଣୁ ଯୁଦ୍ଧାସ୍ତ୍ର ସଂଗ୍ରହ ସମୟରେ ଯାଞ୍ଚ ବେଳେ ଏହି ଘଟଣା ପଦାକୁ ଆସିଥିଲା।

 

ସମ୍ବନ୍ଧିତ ଖବର