ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ମନ୍ତବ୍ୟ ପାଇଁ ନିରନ୍ତର ହେଡଲାଇନରେ ରହିଛନ୍ତି। ଗତ ଦୁଇ ଦିନରେ ସେ ଇସାରା ମାଧ୍ୟମରେ ପ୍ରତିପକ୍ଷଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ରାଜେ ବୁଧବାର ଝାଲାୱାଡରେ ବିଜେପିର ସଦସ୍ୟତା ଗ୍ରହଣ କରି କହିଛନ୍ତି ଯେ ଯଦି ଆପଣଙ୍କର ଧୈର୍ଯ୍ୟ ଅଛି ତେବେ ଆପଣ ନିଶ୍ଚିତ ଭାବରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ।

Advertisment

ସେ କହିଛନ୍ତି, ୨୧ ଅକ୍ଟୋବର ୧୯୫୧ରୁ ଆରମ୍ଭ ହୋଇଥିବା ଜନସଂଘ ରୂପରେ ଆମର ଆଦର୍ଶର ଯାତ୍ରା ଆଜି ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ହୋଇପାରିଛି। ଆମର କର୍ମୀମାନଙ୍କ ଯୋଗୁଁ ଏହା ଘଟିଛି। କର୍ମୀମାନଙ୍କ ଧୈର୍ଯ୍ୟ ଯୋଗୁଁ ଏହା ହୋଇ ପାରିଛି।

ସେ କହିଛନ୍ତି ଯେ ଯଦି ଧୈର୍ଯ୍ୟ ବଜାୟ ରଖାଯାଏ ତେବେ ଗନ୍ତବ୍ୟ ସ୍ଥଳ ନିଶ୍ଚିତ ଭାବରେ ହାସଲ ହେବ।  ଆମର କର୍ମୀମାନେ ଧୈର୍ଯ୍ୟବାନ ହେବା ଯୋଗୁ  ବିଜେପି ଆଜି ଏହି ପର୍ଯ୍ୟାୟରେ ପହଞ୍ଚିଛି। ଆମର କର୍ମୀମାନଙ୍କ ପାଇଁ, ପଦ ନୁହେଁ, କିନ୍ତୁ ସଂଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେମ‌ାନେ ନିଜ ପାଇଁ ନୁହେଁ ବରଂ ସଂଗଠନ ପାଇଁ ବଞ୍ଚନ୍ତି।

ଏହି ସମୟରେ ସେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ମତେ ଜୟପୁରରେ ସଦସ୍ୟତା ଗ୍ରହଣ କରିବାକୁ କୁହାଯାଇଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ମୁଁ କେବଳ ମୋ ଘର ଝାଲାୱାଡରେ ହିଁ ସଦସ୍ୟତା ଗ୍ରହଣ କରିବି। ତାଙ୍କର ଏଭଳି ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ବସୁନ୍ଧରାଙ୍କ ଜିଦ୍ ଆଗରେ ପାର୍ଟି ନଇଁଛି।

ଏହାପୂର୍ବରୁ କାହାର ନାମ ନ ନେଇ ସେ ମଙ୍ଗଳବାର ଦିନ ବିର୍ଲା ଅଡିଟୋରିୟମରେ ନୂତନ ଭାବେ ନିଯୁକ୍ତ ସିକ୍କିମ ରାଜ୍ୟପାଳ ଓମପ୍ରକାଶ ମାଥୁରଙ୍କ ନାଗରିକ ଅଭିନନ୍ଦନ ସମାରୋହରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ କିଛି ଲୋକ ପିତ୍ତଳ ମୁଦି ପାଇବା ପରେ ନିଜକୁ ସୁନାକାର ବୋଲି ଭାବିବା ଆରମ୍ଭ କରନ୍ତି। ଆପଣ ଆକାଶକୁ ଛୁଇଁବାକୁ ଇଚ୍ଛା କରିପାରନ୍ତି, କିନ୍ତୁ ସର୍ବଦା ଆପଣଙ୍କ ପାଦକୁ ଭୂମିରେ ରଖନ୍ତୁ ବୋଲି ସେ କହିଥିଲେ।

ମାଥୁରଙ୍କୁ ପ୍ରଶଂସା କରି ସେ କହିଥିଲେ, 'ଓମ୍ ମାଥୁର ଯେତେ ଉଚ୍ଚତାରେ ପହଞ୍ଚିଲେ ମଧ୍ୟ ତାଙ୍କ ପାଦ ସର୍ବଦା ଭୂମିରେ ରହିଥାଏ, ସେଥିପାଇଁ ତାଙ୍କ ପ୍ରଶଂସକମାନଙ୍କ ସଂଖ୍ୟା ଅସଂଖ୍ୟ ଅଛି। 

ସେ କହିଛନ୍ତି  ପିତ୍ତଳ ମୁଦି ପାଇବା ପରେ ନିଜକୁ ସୁନାକାର ବୋଲି ଭାବୁଥିବା ଲୋକମାନେ ମାଥୁରଙ୍କଠାରୁ ଶିଖିବା ଉଚିତ୍। 

ବସୁନ୍ଧରା ରାଜେଙ୍କ ମନ୍ତବ୍ୟ ପରେ କଂଗ୍ରେସ ଏହି ଘଟଣା ନେଇ ବିଜେପିକୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆୱାସ କହିଛନ୍ତି ବସୁନ୍ଧରା ରାଜେଙ୍କ ବିବୃତି ରାଜ୍ୟ ସରକାରଙ୍କୁ ଦର୍ପଣ ଦେଖାଇଛି ଏବଂ ସେ ମଧ୍ୟ ଏହା ପ୍ରମାଣ କରିଛନ୍ତି। ପ୍ରତାପ କହିଛନ୍ତି ବିଜେପି କୌଣସି ସୁନା ମୁଦି ପିନ୍ଧି ନାହିଁ।  ୯ ମାସ ଧରି ପିତ୍ତଳ  ମୁଦି ପିନ୍ଧିଛି।

ଅଧିକ ପଢ଼ନ୍ତୁ:ବନ୍ୟା ବନ୍ଦ ନ ହେବାରୁ ୩୦ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ !

ପ୍ରତାପ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ମନ୍ତବ୍ୟ ପ୍ରମାଣିତ କରିଛି ଯେ ଜନସାଧାରଣ ସରକାରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହରଡ଼ଘଣାରେ ପଡ଼ି ଯାଇଛନ୍ତି।

ଅଧିକ ପଢ଼ନ୍ତୁ:ରାଖୀ ବାନ୍ଧି ‌ଢୋଲ ବଜାଇଲେ ମୋଦୀ