ନୂଆଦିଲ୍ଲୀ : ରବିବାର କଂଗ୍ରେସର ପ୍ରଚାର ଗୀତ ସାମ୍ନାକୁ ଆସିବା ପରେ ନିର୍ବାଚନ କମିସନ ଏହା ଉପରେ ହସ୍ତକ୍ଷେପ କରିଛନ୍ତି । କଂଗ୍ରେସର ପ୍ରଚାର ସାଂପ୍ରଦାୟିକ ଏକତା ଉପରେ ପ୍ରଭାବ ପକାଉଥିବାରୁ ନିର୍ବାଚନ କମିସନ ଗୀତର କିଛି ଧାଡ଼ି କାଟିବାକୁ ଆଦେଶ ଦେଇଛନ୍ତି । କଂଗ୍ରେସର ପ୍ରଚାର ଗୀତ ଲଞ୍ଚ ହେବା ପରେ ପରେ ନିର୍ବାଚନ କମିସନ ଏହି ଆଦେଶ ଦେଇଥିବା ଜଣା ପଡ଼ିଛି । ନିର୍ବାଚନ କମିସନଙ୍କ ଆଦେଶ ପରେ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

Advertisment

publive-image India Press Agency

ଦଳ କରିଥିବା ଏନ୍‌ଓ୍ଵାଇଏଓ୍ଵାଇ ସ୍କିମ୍‌ ବିଷୟରେ ପ୍ରଚାର ଗୀତରେ ଥିବା ବେଳେ ମୋଦୀ ସରକାରଙ୍କୁ ଆକ୍ଷେପ କରି ବିମୁଦ୍ରିକରଣ,ମହିଳାଙ୍କ ସୁରକ୍ଷା, ଜିଏସ୍‌ଟି ଏବଂ କୃଷି ଆତ୍ମହତ୍ୟା ବିଷୟକୁ ନେଇ ପ୍ରଚାର ଗୀତରେ କିଛି ଧାଡ଼ି ଥିବାରୁ ସେ ମଧ୍ୟରୁ କିଛି ଧାଡ଼ି ହଟାଇବା ପାଇଁ କଂଗ୍ରେସକୁ କହିଥିଲେ ନିର୍ବାଚନ କମିସନ । ଏହି ସବୁ ଜିନିଷ ପ୍ରଚାର ଗୀତରେ ରହିବା ଦ୍ୱାରା ବିରୋଧି ଦଳମାନଙ୍କର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇପାରେ ବୋଲି ନିର୍ବାଚନ କମିସନ ଏଭଳି ଆଦେଶ ଦେଇଥିବା ଜଣା ପଡ଼ିଛି । ଆଦେଶ ପରେ ପରେ କଂଗ୍ରେସ ପକ୍ଷରୁ ଗୀତର ଧାଡ଼ିକୁ ବଦଳାଇ ଦିଆ ଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।