ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ପରବେଶ ସାହିବ ସିଂହ ବର୍ମା ବିଜୟୀ ହୋଇଛନ୍ତି।
ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ୨୫୯୯୯ଟି ଭୋଟି ପାଇଥିବା ବେଳେ ବିଜେପିର ପରବେଶ ବର୍ମା ୩୦୦୮୮ ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ ୪୫୬୮ ଭୋଟ୍ ପାଇଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ। ତେବେ ପରବେଶଙ୍କ ରାଜନୈତିକ ଯାତ୍ରା, ତାଙ୍କର ସମ୍ପତ୍ତି ଓ ପରିବାର ବିଷୟରେ ଆସନ୍ତୁ ସଂକ୍ଷୀପ୍ତରେ ଜାଣିବା।
ଅଧିକପଢ଼ନ୍ତୁ:ବାରବାଟୀରେ ବଡ଼ ଲଢେଇ: ଇଣ୍ଡିଆ- ଇଂଲଣ୍ଡ କଡା ମୁକାବିଲା, ଗୋଟିଏ କ୍ଲିକରେ ଜାଣନ୍ତୁ ଖେଳ ଖବର...
ପରବେଶ ଦିଲ୍ଲୀର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି, ସେ ବିଜେପି ନେତା ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ।
୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପରବେଶ ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଆର୍କେ ପୁରମ୍ରୁ ପାଠପଢ଼ା ଶେଷ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡ଼ି ମଲ କଲେଜରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଫୋର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରେ ଏମ୍ବିଏ କରିଥିଲେ।
ପ୍ରବେଶ ବର୍ମାଙ୍କ ପରିବାରରେ ସ୍ତ୍ରୀ ସ୍ବାତୀ ସିଂ ବର୍ମା, ଝିଅ ସିନିଧି ଓ ତ୍ରିଶା ଓ ପୁଅ ଶିବେନ ଅଛନ୍ତି। ସ୍ବାତୀ ବି ରାଜନୈତିକ ପରିବାରରୁ ଆସିଛନ୍ତି। ସ୍ବାତୀ ମଧ୍ୟପ୍ରଦେଶର ବିଜେପି ନେତା ବିକ୍ରମ ବର୍ମାଙ୍କ ଝିଅ। ସ୍ବାତୀଙ୍କ ମା’ ନୀତା ବର୍ମା ସମ୍ପ୍ରତି ବିଧାୟିକା ଅଛନ୍ତି। ସ୍ବାତୀ ଜଣେ ବିଜନେସ ଓମେନ ହେବା ସହିତ ସାମାଜିକ କର୍ମୀ ମଧ୍ୟ। ସେ ପାଖାପାଖି ୧୭ କୋଟି ଟଙ୍କାର ମାଲିକାଣୀ ଥିବା ପ୍ରାପ୍ତ ସୂଚନାରୁ ସୂଚନା ପଡ଼ିଛି।
ବିଜେପି ପକ୍ଷରୁ ପ୍ରକାଶ ଆସନ୍ତା ୧୦ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ଦିଆଯିବ। ଏହି କ୍ରମରେ ଖବର ମିଳିଛି କି ପରବେଶ ସାହିବ ସିଂହ ବର୍ମା ଧନୀ ନେତାଙ୍କ ତାଲିକାରେ ସାମିଲ ଅଛନ୍ତି। ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଦାଖଲ କରିଥିବା ନାମାଙ୍କନ ପତ୍ରରେ ଉଲ୍ଳେଖ ରହିଛି, ‘ପରବେଶ ସାହିବ ସିଂହ ବର୍ମାଙ୍କ ସମ୍ପତ୍ତି ମୂଲ୍ୟ ୧୧୫ କୋଟି ଟଙ୍କା ରହିଛି। ଏଥିସହିତ ତାଙ୍କ ଉପରେ ୭୪କୋଟି ଟଙ୍କାର ଋଣ ବି ରହିଛି। ତାଙ୍କ ସ୍ତ୍ରୀ ଓ ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୧କୋଟି ଟଙ୍କାରୁ ଅଧିକ ଟଙ୍କା ଜମା ରହିଛି।
ଅଧିକପଢ଼ନ୍ତୁ:ଛତିଶଗଡ଼ର ବିଜାପୁରରେ ସର୍ଚ୍ଚ ଅପରେସନ୍: ୧୨ ନକ୍ସଲ ନିହତ, ୨ ଯବାନ ସହିଦ
ଏଥିସହିତ ପରବେଶ ଓ ତାଙ୍କ ସ୍ତ୍ରୀ ସ୍ବାତୀ ମୋଟା ଅଙ୍କର ସେୟାର ବଜାରରେ ନିବେଶ ବି କରିଛନ୍ତି। ଯାହ ପାଖାପାଖି ୬୯କୋଟି ଟଙ୍କାର ଥିବା ଅନୁମାନ କରାଯାଉଛି। ପରବେଶଙ୍କ ପରିବାର ସଦସ୍ୟଙ୍କ ପାଖରେ ପାଖାପାଖି ୮୨ ଲକ୍ଷ ଟଙ୍କାର ଏଲଆଇସି ପଲିସି ରହିଛି।
୨ଟି ନାମୀଦାମୀ ଗାଡ଼ି ବି ପରବେଶଙ୍କ ନାମରେ ଥିବା ବେଳେ ୯ଲକ୍ଷ ଠଙ୍କାର ୨୦୦ଗ୍ରାମ ସୁନା ଅଳଙ୍କାର ରହିଛି। ଏଥିସହିତ ତାଙ୍କ ସ୍ତ୍ରୀ ସ୍ବାତୀଙ୍କ ପାଖରେ ୪୫ଲକ୍ଷ ଓ ପିଲାଙ୍କ ପାଖରେ ୩୦ଲକ୍ଷ ପରବେଶ ସାହିବ ସିଂହ ବର୍ମା ତାଙ୍କ ପରିବାର ନାମରେ ୪.୫୬ କୋଟି ଟଙ୍କାର ଏଗ୍ରିକଲଚର ଲ୍ୟାଣ୍ଡ, ପାଖାପାଖି ହେବା ୮କୋଟି ଟଙ୍କାର ନନ ଏଗ୍ରିକଲଜର ଲ୍ୟାଣ୍ଡ, ୫କୋଟିର କର୍ମସିଆଲ ବିଲର୍ଡିଂ ରହିଛି।
୨୦୧୩ରେ ପରବେଶ ମେହରୋଲି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଧାନସଭାରେ ବିଜୟୀ ହେବା ସହ ରାଜନୀତିରେ ପ୍ରବେଶ କରିଥିଲେ।