ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ

ଲାହୋର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, ‘ସେ ଭେଣ୍ଟିଲେଟରରେ ନାହାଁନ୍ତି | ପରିବାର ଲୋକ ମୁଶରଫଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ରିକଭରୀ ଆଉ ସମ୍ଭବ ନୁହେଁ ବୋଲି ପରିବାର ଲୋକେ ମଧ୍ୟ କହିଛନ୍ତି। ଗତ ୩ ସପ୍ତାହ ଧରି ସେ ଡାକ୍ତରଖାନାରେ ଆଡମିଟ ହୋଇଥିବାବେଳେ ତାଙ୍କ ଶରୀରର ଅଙ୍ଗଗୁଡିକ ଅକାମି ହେବାରେ ଲାଗିଛି’ |

ଏହି ବାର୍ତ୍ତା ମୁଶରଫଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶ ପାଇଛି। ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଗୁଜବ ଶୁଣିବାକୁ ମିଳିଥିଲା। ଜେନେରାଲ ମୁଶରଫଙ୍କ ଦେହାନ୍ତ ହୋଇଯାଇଥିବା ବୋଲି କହି ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ଏହା ପାକିସ୍ତାନୀ ଗଣମାଧ୍ୟମର କିଛି ଟ୍ୱିଟର ହ୍ୟାଣ୍ଡେଲରୁ ଆରମ୍ଭ ହୋଇଥିଲା | ଅବଶ୍ୟ, ଏହି ଟ୍ୱିଟ୍ ଗୁଡିକ ପରେ ଡିଲିଟ୍ ହୋଇଥିଲା | ଏହା ପରେ ଜେନେରାଲ ପରଭେଜ ମୁଶରଫଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ପରିବାର ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି।


ମୁଶରଫଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ କହିଛନ୍ତି ଯେ ମୁଶରଫଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ଏବଂ ଲାଲ ମସଜିଦର ଜଣେ ଧର୍ମଗୁରୁଙ୍କ ହତ୍ୟାରେ ମୁଶରଫଙ୍କୁ ପଳାତକ ଘୋଷିତ କରାଯାଇଛି। ପୂର୍ବତନ ସାମରିକ ଶାସକ ମାର୍ଚ୍ଚ ୨୦୧୬ରେ ଦୁବାଇ ଚିକିତ୍ସା ପାଇଁ ଯାଇଥିଲେ ଏବଂ ସେବେଠାରୁ ଫେରିନାହାଁନ୍ତି |

ସମ୍ବନ୍ଧିତ ଖବର