କୋଚିନ୍‌ ଅନ୍ତର୍ଜତୀୟ ବିମାନ ବନ୍ଦରରେ ଜେଟ୍‌ ଏୟାରଲାଇନ୍ସ କୋଚିନ୍‌-ମୁମ୍ବାଇ ବିମାନକୁ ଅପହରଣ ଉଦ୍ୟମ, ଅପହର୍ତ୍ତା ଗିରଫ

କୋଚିନ୍‌: କୋଚିନ୍‌ ଅନ୍ତର୍ଜତୀୟ ବିମାନ ବନ୍ଦରରେ ଆଜି ପୂର୍ବାହ୍ଣରେ ମୁମ୍ବାଇ ଅଭିମୁଖେ ଯିବାକୁ ଥିବା ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବିମାନକୁ ଅପହରଣ କରିନେବା ପାଇଁ ଜଣେ ଯାତ୍ରୀ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ସଂପୃକ୍ତ ଅଭିଯୁକ୍ତ ବିମାନ ଯାତ୍ରୀକୁ ଗିରାଫ କରିବାରେ ସଫଳ ହେବା ସହ ଅପହରଣ ହେବା ପୂର୍ବରୁ ବିମାନଟିକୁ ରକ୍ଷା କରିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କୋଚିନ୍‌ ଅନ୍ତର୍ଜତୀୟ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଜେଟ୍‌ ଏୟାରେଓ୍ଵଜ୍‌ର ୯ଡବ୍‌ଲ୍ୟୁ ୮୨୫ ନମ୍ବର ବିଶିଷ୍ଟ ବିମାନଟି ମଧ୍ୟାହ୍ନ ୧୨ଟା ବେଳେ ଉଡ଼ାଣ ଭରିବା ପାଇଁ କାର୍ଯ୍ୟକ୍ରମ ରହିଥିଲା। ତେବେ, ବିମାନଟି ଉଡ଼ାଣ ଭରିବା ପାଇଁ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବିମାନ ଭିତରେ ଯାତ୍ରୀ ଭାବେ ବସିଥିବା ଜନୈକ ଯାତ୍ରୀ ସଂପୃକ୍ତ ବିମାନଟିକୁ ଅପହରଣ କରିନେବା ପାଇଁ ଧମକ ଦେଇଥିଲେ। ଏ ଘଟଣାରେ ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡ଼ିବା ସହ ପାଇଲଟ୍‌ ବିମାନଟିକୁ ରନ୍‌େଓ୍ଵ ଉପରେ ଅଟକାଇ ଦେଇଥିଲେ। ପରେ ଘଟଣା ସଂପର୍କରେ ଖବର ପାଇ ସୁରକ୍ଷା ଦାୟିତ୍ୱରେ ବିମାନ ବନ୍ଦରରେ ଥିବା ସିଆଇଏସ୍‌ଏଫ୍‌ ଜବାନ୍‌ମାନେ କୌଶଳ କ୍ରମେ ବିମାନ ମଧ୍ୟକୁ ପ୍ରବେଶ କରି ଅଭିଯୁକ୍ତ ଅପହର୍ତ୍ତାକୁ କାବୁ କରି ନେଇଥିଲେ।

ଏହି କାରଣରୁ ସଂପୃକ୍ତ ବିମାନଟିର ଯାତ୍ରାରେ ବିଳମ୍ବ ଘଟିଥିଲା। ଏବଂ ପରେ ଅପରାହ୍ଣ ୨ଟା ବେଳେ ବିମାନଟି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଜଣାପଡ଼ିଛି। ସିଆଇଏସ୍‌ଏଫ୍‌ ଅଧିକାରୀମାନେ ଅଭିଯୁକ୍ତ ଅପହର୍ତ୍ତାକୁ ଅଟକ ରଖି ପଚରାଉଚୁରା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର